ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି କତାର ରାଜ୍ୟର ଅମୀର ମହାମହିମ ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କ ଠାରୁ ଟେଲିଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତବାସୀଙ୍କ ପ୍ରତି ତାଙ୍କର ଶୁଭେଚ୍ଛା ଏବଂ ସକାରାତ୍ମକ ଭାବନା ପାଇଁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉଭୟ ନେତା ଭାରତ ଓ କତାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଏବଂ ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୨୪ ରେ ତାଙ୍କର ଫଳପ୍ରଦ କାତାର ଗସ୍ତକୁ ସ୍ମରଣ କରିଥିଲେ ଏବଂ କତାରର ଅମିରଙ୍କୁ ଶୀଘ୍ର ଭାରତ ଗସ୍ତ କରିବା ପାଇଁ ନିମନ୍ତ୍ରଣ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଅମୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଇଦ୍ ଅଲ୍ ଅଧା ପର୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।