ପ୍ଲାଷ୍ଟିକ୍ ବର୍ଜ୍ୟ ଏବଂ ଫ୍ଲାଏ ଆଶ୍ ଭଳି ସ୍ଥାୟୀ ସାମଗ୍ରୀର ଉପଯୋଗିତାକୁ ପ୍ରାଥମିକତା ଦିଆଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଏନଏଚ-୩୩୪ବି ଉପରେ ୪୦.୨ କିଲୋମିଟର ଦୂରତାକୁ ବ୍ୟୟ ବହୁଳ ହେବାରୁ ବଞ୍ଚାଇବା ସହ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟ ନିଆଯାଇଛି । ରାଜପଥର ଏହି ଷ୍ଟ୍ରେଚ୍ ୟୁପି-ହରିୟାଣା ସୀମାର ବାଗପତରୁ ଆରମ୍ଭ ହୋଇ ହରିୟାଣାର ରୋହନା ପର୍ଯ୍ୟନ୍ତ ଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ଏକ ଟୁଇଟର ଜବାବ ଦେଇ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି:
‘ସ୍ଥାୟୀ ବିକାଶ ଏବଂ ଉନ୍ନତ ସଂଯୋଗୀକରଣର ଏକ ସଠିକ୍ ମିଶ୍ରଣ । ଏହା ଆର୍ôଥକ ଅଭିବୃଦ୍ଧି ମଧ୍ୟ ବଢ଼ାଇବ ।’
A perfect blend of sustainable development and enhanced connectivity. It will also boost economic growth. https://t.co/1YWvD84mWY
— Narendra Modi (@narendramodi) June 14, 2023