ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ଓ ଭୁଟାନ ପାଇଁ ଜର୍ମାନୀ ରାଷ୍ଟ୍ରଦୂତ ଡଃ ଫିଲିପ ଆକରମେନଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓକୁ ପ୍ରଶଂସା କରିଛନ୍ତି । ଭିଡିଓରେ ସେ ଓ ଦୂତାବାସର ସଦସ୍ୟମାନେ ଅସ୍କାର ପୁରସ୍କାରପ୍ରାପ୍ତ ‘ନାଟୁ ନାଟୁ’ ସଂଗୀତର ସଫଳତା ପାଳନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ପୁରୁଣା ଦିଲ୍ଲୀରେ ଶୁଟ୍ ହୋଇଛି ।
ପୂର୍ବରୁ ଫେବୃୟାରୀରେ ଭାରତ ସ୍ଥିତ କୋରିଆ ଦୂତାବାସରେ ଏହି ଗୀତ ଉପରେ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା ।
ଜର୍ମାନୀ ରାଷ୍ଟ୍ରଦୂତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତର ରଙ୍ଗ ଓ ରସ! ଜର୍ମାନମାନେ ମଧ୍ୟ ନାଚି ପାରନ୍ତି ଏବଂ ଭଲ ନାଚି ପାରନ୍ତି ।”
The colours and flavours of India! Germans can surely dance and dance well! https://t.co/NpiROYJPUy
— Narendra Modi (@narendramodi) March 20, 2023