ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କରିଛନ୍ତି । ସେ ଗଙ୍ଗା ଆରତୀ ମଧ୍ୟ ଦେଖିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“କାଶୀ ଠାରେ ମା’ ଗଙ୍ଗାଙ୍କ କୂଳରେ ମୁଁ ଅଛି । ୧୪୦ କୋଟି ଭାରତୀୟଙ୍କ ଶାନ୍ତି, ସମୃଦ୍ଧି ଏବଂ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି” ।
LIVE from banks of Maa Ganga in Kashi... Praying for the peace, prosperity and well-being of 140 crore Indians. https://t.co/bRcluxHK0e
— Narendra Modi (@narendramodi) June 18, 2024
“କାଶୀରେ ଗଙ୍ଗା ଆରତୀ ଦର୍ଶନ ଏକ ମନ୍ତ୍ରମୁଗ୍ଧ ଅନୁଭବ । ସର୍ବତ୍ର ପବିତ୍ର ଗଙ୍ଗାର ସୌନ୍ଦର୍ଯ୍ୟ, ଉଜ୍ୱଳତା ଏବଂ ଭକ୍ତି ଭାବନା ଏହାକୁ ସ୍ୱତନ୍ତ୍ର କରିଛି” ।
Witnessing the Ganga Aarti in Kashi is a mesmerizing experience. The beauty of the sacred Ganga, brightness and devotion all around make it special. pic.twitter.com/65vRiCquys
— Narendra Modi (@narendramodi) June 18, 2024