ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଧନୁଷକୋଡ଼ିରେ କୋଦଣ୍ଡରାମାସ୍ୱାମୀ ମନ୍ଦିରରେ ଦର୍ଶନ ସହ ପୂଜା କରିଛନ୍ତି ।
ଏହି ମନ୍ଦିର ଶ୍ରୀ କୋଦଣ୍ଡରାମାସ୍ୱାମୀଙ୍କ ପାଇଁ ଉତ୍ସର୍ଗୀକୃତ । କୋଦଣ୍ଡରାମାସ୍ୱାମୀ ନାମର ଅର୍ଥ ହେଉଛି ଧନୁର୍ଦ୍ଧାରୀ ରାମ । ଏହା ଧନୁଷକୋଡ଼ିରେ ଅବସ୍ଥିତ । କୁହାଯାଏ ଏଠାରେ ବିଭୀଷଣ ପ୍ରଥମେ ଶ୍ରୀରାମଙ୍କୁ ଭେଟି ତାଙ୍କୁ ଶରଣ ମାଗିଥିଲେ । କେତେକ କିମ୍ବଦନ୍ତୀ ଅନୁସାରେ ଶ୍ରୀରାମ ଏଠାରେ ବିଭୀଷଣଙ୍କ ରାଜ୍ୟାଭିଷେକ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରତିଷ୍ଠିତ କୋଦଣ୍ଡରାମାସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରଛି । ଅତ୍ୟନ୍ତ ଧନ୍ୟ ଅନୁଭବ କଲି ।’
Prayed at the iconic Kothandaramaswamy Temple. Felt extremely blessed. pic.twitter.com/0rs58qqwex
— Narendra Modi (@narendramodi) January 21, 2024