ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତକୁ ଉପନିବେଶବାଦ ଶାସନରୁ ମୁକ୍ତ କରିବାରେ ଭାରତ ଛାଡ଼ ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହି ଅବସରରେ ଶ୍ରୀ ମୋଦୀ ଏକ ଭିଡିଓ ବାର୍ତ୍ତାରେ ନିଜ ଭାବନା ସେୟାର କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି । ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତକୁ ଉପନିବେଶ ଶାସନରୁ ମୁକ୍ତ କରିବାରେ ଏହି ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆଜି ଭାରତ ଏକ ସ୍ୱରରେ କହୁଛି:
ଦୁର୍ନୀତି ଭାରତ ଛାଡ଼ ।
ରାଜବଂଶ ଭାରତ ଛାଡ଼ ।
ତୁଷ୍ଟିକରଣ ଭାରତ ଛାଡ଼ ।
Tributes to the greats who took part in the Quit India Movement. Under the leadership of Gandhi Ji, this Movement played a major role in freeing India from colonial rule. Today, India is saying in one voice:
— Narendra Modi (@narendramodi) August 9, 2023
Corruption Quit India.
Dynasty Quit India.
Appeasement Quit India. pic.twitter.com/w6acXBoNq1