ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅର୍ଥନୈତିକ ଉନ୍ନତି, କୃଷି ଏବଂ ଜଳସେଚନ କ୍ଷେତ୍ରର ଅଭିବୃଦ୍ଧି କରିବାରେ ଶ୍ରୀ ନାଦାପ୍ରଭୁ କେମ୍ପେଗୌଡା ଅଗ୍ରଣୀ ଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;
“ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେ ତାଙ୍କର ଦୂରଦୃଷ୍ଟି ଏବଂ ପ୍ରଶାସନିକ ଦକ୍ଷତା ପାଇଁ ବେଶ୍ ଜଣାଶୁଣା । ଅର୍ଥନୈତିକ ଉନ୍ନତି, କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସେ ଅଗ୍ରଣୀ ଥିଲେ । ବେଙ୍ଗାଲୁରୁ, ଯେଉଁ ସହରକୁ ସେ ପ୍ରତିପୋଷଣ କରିଥିଲେ, ଏବେ ଏହାର ଗତିଶୀଳତା, ସ୍ପନ୍ଦନ ଏବଂ ନବସୃଜନ ପାଇଁ ବିଶ୍ୱସ୍ତରରେ ପ୍ରଶଂସିତ । ସମାଜ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପୂରଣ କରିବା ଏବଂ ତାଙ୍କର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ସରକାର କାର୍ଯ୍ୟ ଜାରି ରଖିବ । ‘ଷ୍ଟାଚ୍ୟୁ ଅଫ୍ ପ୍ରସ୍ପରିଟି’ରୁ ଫଟୋ ଶେୟାର କରୁଛି, ଯାହାକୁ ୨୦୨୨ରେ ଉଦ୍ଘାଟନ କରିବାର ସୌଭାଗ୍ୟ ମୋତେ ମିଳିଥିଲା ।”
Tributes to Sri Nadaprabhu Kempegowda on his birth anniversary. He was a visionary known for his foresight and administrative skills. He was a pioneer in boosting economic wellbeing, agriculture, irrigation and more. Bengaluru, the city he nurtured, is globally admired for its… pic.twitter.com/cckfy5r44u
— Narendra Modi (@narendramodi) June 27, 2024
ಶ್ರೀ ನಾಡಪ್ರಭು ಕೆಂಪೇಗೌಡರ ಜಯಂತಿಯಂದು ಅವರಿಗೆ ಗೌರವ ನಮನಗಳು. ಅವರು ದೂರದೃಷ್ಟಿ ಮತ್ತು ಆಡಳಿತಾತ್ಮಕ ಕೌಶಲ್ಯಗಳಿಗೆ ಹೆಸರುವಾಸಿಯಾದ ದಾರ್ಶನಿಕರಾಗಿದ್ದರು. ಆರ್ಥಿಕ ಹಿತಚಿಂತನೆ, ಕೃಷಿ, ನೀರಾವರಿ ಮುಂತಾದವುಗಳ ಸುಧಾರಣೆಯಲ್ಲಿ ಅವರು ಮುಂಚೂಣಿಯಲ್ಲಿದ್ದರು. ಅವರು ಕಟ್ಟಿದ ಬೆಂಗಳೂರು ನಗರ ತನ್ನ ಚಲನಶೀಲತೆ, ಹುರುಪು ಮತ್ತು ನಾವೀನ್ಯತೆಗಾಗಿ… pic.twitter.com/yL6wy94EPl
— Narendra Modi (@narendramodi) June 27, 2024