ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସନ୍ଥ ଗୁରୁ ରବିଦାସଙ୍କ ସମ୍ପର୍କରେ ତାଙ୍କର ଭାବନା ସମ୍ପର୍କରେ ଏକ ଭିଡିଓକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୂଜ୍ୟ ସନ୍ଥ ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀରେ ଆଦରପୂର୍ଣ୍ଣ ପ୍ରଣାମ ଏବଂ ବନ୍ଦନା । ସମାଜରୁ ଭେଦଭାବ ଦୂର କରିବା ଦିଗରେ ସେ ନିଜ ଜୀବନକୁ ସମର୍ପଣ କରିଥିଲେ । ସେବା, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଭାବନା ଭରା ତାଙ୍କର ବାର୍ତ୍ତା ସମାଜର ଦୁର୍ବଳ ଏବଂ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ସର୍ବଦା ପଥପ୍ରଦର୍ଶକ ହୋଇ ରହିବ ।”
पूज्य संत गुरु रविदास जी को उनकी जन्म-जयंती पर सादर नमन और वंदन। समाज से भेदभाव के उन्मूलन के लिए उन्होंने अपना जीवन समर्पित कर दिया। सेवा, सौहार्द और भाईचारे की भावना से भरे उनके संदेश समाज के कमजोर और वंचित वर्गों के कल्याण के लिए सदैव पथ-प्रदर्शक बने रहेंगे। pic.twitter.com/iP1nGEb2oo
— Narendra Modi (@narendramodi) February 12, 2025