ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦିବାସୀ ନେତା ଶ୍ରୀ କାର୍ତ୍ତିକ ଓରାଙଁଙ୍କୁ ତାଙ୍କର ଜନ୍ମ ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଓରାଙଁଙ୍କୁ ଜଣେ ମହାନ ନେତା ଭାବରେ ପ୍ରଶଂସା କରିଥିଲେ, ଯିଏ ଆଦିବାସୀ ସମ୍ପ୍ରଦାୟର ଅଧିକାର ତଥା ଆତ୍ମ ସମ୍ମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ଆଦିବାସୀ ସଂସ୍କୃତି ତଥା ପରିଚୟର ସୁରକ୍ଷା ପାଇଁ ଆଦିବାସୀ ସମାଜର ଜଣେ ମୁଖପାତ୍ର ହୋଇଥିଲେ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ ଆତ୍ମସମ୍ମାନ ପାଇଁ ଆଜୀବନ ସମର୍ପିତ ରହିଥିବା ଦେଶର ଏହି ମହାନ ନେତା କାର୍ତ୍ତିକ ଓରାଓଁଙ୍କୁ ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସେ ଆଦିବାସୀ ସମ୍ପ୍ରଦାୟର ପ୍ରବକ୍ତା ଥିଲେ, ଯିଏ ଆଦିବାସୀ ସଂସ୍କୃତି ଏବଂ ଅସ୍ମିତାର ରକ୍ଷା ପାଇଁ ନିରନ୍ତର ସଂଘର୍ଷରତ ଥିଲେ । ଅନଗ୍ରସର ଶ୍ରେଣୀର ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଯୋଗଦାନ ଦେଶବାସୀଙ୍କୁ ସର୍ବଦା ପ୍ରେରିତ କରୁଥିବ ।”
आदिवासी समुदाय के अधिकार और आत्मसम्मान के लिए जीवनपर्यंत समर्पित रहे देश के महान नेता कार्तिक उरांव जी को उनकी जन्म-शताब्दी पर आदरपूर्ण श्रद्धांजलि। वे जनजातीय समाज के एक मुखर प्रवक्ता थे, जो आदिवासी संस्कृति और अस्मिता की रक्षा के लिए निरंतर संघर्षरत रहे। वंचितों के कल्याण के…
— Narendra Modi (@narendramodi) October 29, 2024