ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ବାଂଲାଦେଶରେ ପହଞ୍ଚିବାର ତୁରନ୍ତ ପରେ ଜାତୀୟ ଶହୀଦ ସ୍ମାରକୀ ସ୍ଥଳ (ଜାତୀୟ ସୃତି ସୌଦ୍ଧ) ପରିଦର୍ଶନ କରିଥିଲେ । ବାଂଲାଦେଶର ଏହି ଜାତୀୟ ସ୍ମାରକୀ ସ୍ଥଳରେ ସେ 1971 ବାଂଲାଦେଶ ମୁକ୍ତି ଯୁଦ୍ଧରେ ନିଜର ପ୍ରାଣବଳୀ ଦେଇଥିବା ଶହୀଦମାନଙ୍କ ସାହସ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଢାକାଠାରୁ ଉତ୍ତର-ପଶ୍ଚିମ ଦିଗ 35 କିମି ଦୂରରେ ଥିବା ସାଭର ଠାରେ ଏହା ଅବସ୍ଥିତ ଏବଂ ଏହାକୁ ସୟିଦ ମୟିନୁଲ ହୁସେନ ଡିଜାଇନ କରିଥିଲେ ।
ପ୍ରଧାନମନ୍ତ୍ରୀ ସ୍ମାରକୀ ପରିସରରେ ଅର୍ଜୁନ ବୃକ୍ଷରୋପଣ କରିବା ସହିତ କିର୍ତ୍ତୀସ୍ଥଳରେ ଥିବା ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ । ସେ ଲେଖିଥିଲେ-“ମୁଁ ପ୍ରାର୍ଥନା କରୁଛି ଯେ ସାଭରର ଏହି ଅମର ଜ୍ୟୋତି ସବୁଦିନ ପାଇଁ କପଟ ଓ ଅତ୍ୟାଚାର ଉପରେ ସତ୍ୟ ଓ ସାହସର ଏପରି ମହାନ ବିଜୟକୁ ସ୍ମରଣ କରିଚାଲିଥିବ ।”
On the 50th Independence Day of Bangladesh, PM @narendramodi paid tributes at the National Martyr’s Memorial in Savar.
— PMO India (@PMOIndia) March 26, 2021
The courage of those who took part in the Liberation War of Bangladesh motivates many. pic.twitter.com/q7bZwATNHt