ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡ. ବାବାସାହେବ ଆମ୍ବେଦକରଙ୍କୁ ତାଙ୍କ ପରିନିର୍ବାଣ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମାନତା ଓ ମାନବୀୟ ଗାରିମା ପାଇଁ ଡ. ଆମ୍ବେଦକରଙ୍କ ଅକ୍ଳାନ୍ତ ଲଢ଼େଇ ପରବର୍ତ୍ତୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିଚାଲିଥିବ ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ମହାପରିନିର୍ବାଣ ଦିବସରେ ଆମ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ଆଲୋକବର୍ତ୍ତିକା ଡ. ବାବାସାହେବ ଆମ୍ବେଦକରଙ୍କ ନିକଟରେ ଆମେ ବିନମ୍ର ପ୍ରଣିପାତ କରୁଛୁ ।
ସମାନତା ଓ ମାନବୀୟ ଗାରିମା ପାଇଁ ଡ. ଆମ୍ବେଦକରଙ୍କ ଅକ୍ଳାନ୍ତ ଲଢ଼େଇ ପରବର୍ତ୍ତୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିଚାଲିଥିବ । ଆଜି ତାଙ୍କ ଅବଦାନକୁ ସ୍ମରଣ କରିବା ଅବସରରେ ତାଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତାକୁ ଆମେ ମଧ୍ୟ ଦୋହରାଉଛୁ ।
ଚଳିତ ବର୍ଷ ମୁମ୍ବାଇରେ ଚୈତ୍ୟ ଭୂମିକୁ ମୋ ଗସ୍ତ ସମୟର ଏକ ଫଟୋ ମଧ୍ୟ ସେୟାର କରୁଛି
ଜୟ ଭୀମ!”
On Mahaparinirvan Diwas, we bow to Dr. Babasaheb Ambedkar, the architect of our Constitution and a beacon of social justice.
— Narendra Modi (@narendramodi) December 6, 2024
Dr. Ambedkar’s tireless fight for equality and human dignity continues to inspire generations. Today, as we remember his contributions, we also reiterate… pic.twitter.com/b6FkWCj8Uh