ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ତୁଙ୍ଗିପାରାସ୍ଥିତ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ କବରସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବଙ୍ଗବନ୍ଧୁଙ୍କ କବରସ୍ଥଳ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କୌଣସି ବିଦେଶୀ ସରକାରୀ ମୁଖ୍ୟ ଅବା ରାଷ୍ଟ୍ର ମୁଖ୍ୟଙ୍କ ପ୍ରଥମ ଯାତ୍ରା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନଦ୍ର ମୋଦୀ ଏହି ଐତିହାସିକ ଅବସରକୁ ସ୍ମରଣ କରିବା ସହ ସେଠାରେ ଏକ ବକୁଳ ଚାରା ରୋପଣ କରିଥିଲେ । ଏହି ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ତଥା ତାଙ୍କ ଭଉଣୀ ଶେଖ୍ ରେହାନା ପ୍ରମୁଖ ଉପସ୍ଥିତ ଥିଲେ ।
![](https://cdn.narendramodi.in/cmsuploads/0.38546000_1616832142_684-01.jpg)
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କବରସ୍ଥଳ ପରିସରରେ ଥିବା ପରିଦର୍ଶକ ପୁସ୍ତିକରେ ସ୍ୱାକ୍ଷର କରିଥିଲେ । ସେ ସେହି ପୁସ୍ତକରେ ଲେଖିଛନ୍ତି – “ ବଙ୍ଗବନ୍ଧୁଙ୍କ ଜୀବନ, ବାଂଲାଦେଶର ଲୋକମାନଙ୍କ ସ୍ୱତନ୍ତ୍ରତା ସଂଘର୍ଷ ତଥା ସେମାନଙ୍କର ଅଧିକାର, ସମାବେଶୀ ସଂସ୍କୃତି ଏବଂ ସେମାନଙ୍କର ପରିଚୟକୁ ସୁରକ୍ଷିତ ରଖିବାର ପ୍ରତୀକ ଅଟେ।”
![](https://cdn.narendramodi.in/cmsuploads/0.21354400_1616832181_684-1.jpg)
![](https://cdn.narendramodi.in/cmsuploads/0.24107100_1616832217_684-2.jpg)
![](https://cdn.narendramodi.in/cmsuploads/0.48120600_1616832244_684-4.jpg)