ଗୁୟାନାର ଜର୍ଜଟାଉନରେ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟବାଗୋ ରିପବ୍ଲିକର ପ୍ରଧାନମନ୍ତ୍ରୀ ଡ. କିଥ୍ ରୋଲେଙ୍କୁ ଭେଟିଛନ୍ତି ।
ତ୍ରିନିଦାଦ ଓ ଟବାଗୋରେ ଭାରତର ପ୍ରମୁଖ ୟୁପିଆଇ ପ୍ଲାଟଫର୍ମର ବ୍ୟବହାରକୁ ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ରୋଲେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ । ଡିଜିଟାଲ ଟ୍ରାନ୍ସଫର୍ମେସନ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ବର୍ଷ ଆଇସିସି ଟି-୨୦ ପୁରୁଷ ବିଶ୍ୱକପ୍ କ୍ରିକେଟ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ରୋଲେଙ୍କୁ ସେ ପ୍ରଶଂସା କରିଥିଲେ ।
ବୈଠକରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରତି ସମ୍ପର୍କରେ ଆଲୋଚନା କରିବା ସହ ନିରାପତ୍ତା, ସ୍ୱାସ୍ଥ୍ୟ, ପରିବହନ, କୃଷି, ଦକ୍ଷତା ଗଠନ, ସାଂସ୍କୃତିକ ବିନିମୟ ଏବଂ ଲୋକଙ୍କ ସହ ଲୋକଙ୍କର ସମ୍ପର୍କ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଆଲୋଚନା ପରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
Had a very fruitful meeting with Prime Minister Dr. Keith Rowley of Trinidad & Tobago. We talked about how to diversify trade linkages between our nations. Areas like science, healthcare, education, renewable energy and agriculture offer great potential for cooperation. It is a… pic.twitter.com/zuF6jQAuUL
— Narendra Modi (@narendramodi) November 21, 2024