ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ବାହାମାସର ପ୍ରଧାନମନ୍ତ୍ରୀ ଶ୍ରୀ ଫିଲିପ୍ ଡେଭିସଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।
ଦୁଇ ନେତା ଆର୍ଥିକ ସହଯୋଗ, ସବୁଜ ସହଯୋଗ ଏବଂ ଲୋକଙ୍କ ସହ ଲୋକଙ୍କର ସମ୍ପର୍କ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଥିଲେ । ଭାରତ ପକ୍ଷରୁ ଦିଆଯାଇଥିବା ୧ ନିୟୁତ ଆମେରିକୀୟ ଡଲାର ସହାୟତାରେ ୟୁଏନଡିପି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆବାକୋ ହରିକେନ ଆଶ୍ରୟସ୍ଥଳ ପ୍ରକଳ୍ପର ନିରନ୍ତର ପ୍ରଗତି ଉପରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।
Had a very good meeting with the Prime Minister of The Bahamas, Mr. Philip Brave Davis. During our talks, we reviewed the full range of bilateral ties between our nations, notably in trade, culture, climate change and more. @HonPhilipEDavis pic.twitter.com/Y1UbhUiRva
— Narendra Modi (@narendramodi) November 21, 2024