ଗୁୟାନାର ଜର୍ଜଟାଉନରେ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁରିନାମ୍ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ରିକାପ୍ରସାଦ ସାନ୍ତୋଖୀଙ୍କୁ ଭେଟିଛନ୍ତି ।
ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ନେଇ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ବାବଦରେ ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା ଓ ନିରାପତ୍ତା, ବ୍ୟବସାୟ ଓ ବାଣିଜ୍ୟ, କୃଷି, ଡିଜିଟାଲ ପଦକ୍ଷେପ, ୟୁପିଆଇ, ସ୍ୱାସ୍ଥ୍ୟସେବା, ଫାର୍ମାସ୍ୟୁଟିକାଲ୍ସ, ଦକ୍ଷତା ଗଠନ, ସଂସ୍କୃତି ଏବଂ ଲୋକଙ୍କ ସହ ଲୋକଙ୍କର ସମ୍ପର୍କ ବୃଦ୍ଧି ସକାଶେ ସହମତ ହୋଇଥିଲେ । ରାଷ୍ଟ୍ରପତି ସାନ୍ତୋଖୀ ସୁରିନାମର ବିକାଶରେ ଭାରତର କ୍ରମାଗତ ସହଯୋଗକୁ ପ୍ରଶଂସା କରିଥିଲେ । ବିଶେଷ କରି ଗୋଷ୍ଠୀ ବିକାଶ ପ୍ରକଳ୍ପ, ଖାଦ୍ୟ ନିରାପତ୍ତା ପଦକ୍ଷେପ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସହାୟତା ମିଳିଥିବା ସେ କହିଥିଲେ ।
ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଭାବ ବିନିମୟ କରିଥିଲେ । ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସୁରିନାମର କ୍ରମାଗତ ସମର୍ଥନ ସକାଶେ ରାଷ୍ଟ୍ରପତି ସାନ୍ତୋଖୀଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
Strengthening friendship with Suriname!
— Narendra Modi (@narendramodi) November 21, 2024
Met President Chan Santokhi in Georgetown. We reviewed bilateral relations in sectors such as trade, technology, energy, telemedicine and more. We also discussed ways to further improve cultural as well as people to people ties. India will… pic.twitter.com/17ya7vhWJJ