ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ର ଚେୟାରମ୍ୟାନ୍ ଶ୍ରୀ ୟଙ୍ଗ ଲିୟୁଙ୍କ ସହିତ ସାକ୍ଷାତ କରିଛନ୍ତି। ସେମାନେ ଭାରତର ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଇକୋ-ସିଷ୍ଟମକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।
ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶ୍ରୀ ୟଙ୍ଗ ଲିୟୁଙ୍କ ସହ ସାକ୍ଷାତ ବହୁତ ଭଲ ରହିଥିଲା। ଆମର ଆଲୋଚନାରେ ଭାରତର ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ବିଷୟ ସାମିଲ୍ ରହିଥିଲା।’’
Had a good meeting with Mr. Young Liu. Our discussions covered various topics aimed at enhancing India’s tech and innovation eco-system. https://t.co/a2hgQtKvjG
— Narendra Modi (@narendramodi) March 1, 2023