Quoteଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ସହଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଲେ ଆଲୋଚନା
Quoteସେମି କଣ୍ଡକ୍ଟର, ଇଭି, ଗ୍ରୀନ୍ ଓ କ୍ଲିନ୍ ଏନର୍ଜି ଏବଂ ପାରମ୍ପରିକ ନିର୍ମାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ଆଲୋଚନା
Quoteଭାରତୀୟ ଯୁବପିଢ଼ିଙ୍କୁ ଜାପାନୀ ଭାଷାରେ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପାଇଁ ମଧ୍ୟ ଆଲୋଚନା

ଜାପାନ ପ୍ରତିନିଧି ସଭାର ବାଚସ୍ପତି ଶ୍ରୀ ନୁକାଗା ଫୁକୁଶିରୋ, ଜାପାନ ସଂସଦର ସଦସ୍ୟଙ୍କ ସହ ପ୍ରତିନିଧି ଦଳ, ଜାପାନୀ କମ୍ପାନୀର ବ୍ୟାବସାୟିକ ପ୍ରତିନିଧିମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଏହି ସାକ୍ଷାତକାରରେ ଭାରତ-ଜାପାନ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଏବଂ ବୈଶ୍ୱିକ ସହଯୋଗକୁ ଗୁରୁତ୍ୱ ଦିଆଯାଇଛି । ଦୁଇ ଦେଶର ଜନସାଧାରଣଙ୍କ ପାରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ର ଏବଂ ମତବିନିମୟ, ଏଥିସହ ସଂସଦୀୟ ମତବିନିମୟର ଗୁରୁତ୍ୱକୁ ଏଥିରେ ଉଲ୍ଲେଖ କରାଯାଇଛି ।

୨୦୨୨-୨୭ ମଧ୍ୟରେ ଭାରତ ଓ ଜାପାନ ମଧ୍ୟରେ ୫ ଟ୍ରିଲିଅନ ଜାପାନୀଜ୍ ୟେନ୍ କାରବାରର ଲକ୍ଷ୍ୟ ହାସ ଦିଗରେ ହୋଇଥିବା ଅଗ୍ରଗତିରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ । ୨୦୨୭ ପରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ଆର୍ଥିକ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବା ପାଇଁ ରାସ୍ତା 

ବାହାର କରିବାକୁ ମଧ୍ୟ ଆଲୋଚନା ହୋଇଥିଲା । ସେମି କଣ୍ଡକ୍ଟର, ଇଭି, ଗ୍ରୀନ୍ ଏବଂ କ୍ଲିକ ଏନର୍ଜି ଭଳି ଆଧୁନିକ କ୍ଷେତ୍ର ଏବଂ ପାରମ୍ପରିକ ନିର୍ମାଣ କ୍ଷେତ୍ର (ମଞ୍ଜୁକୁରି)ରେ କିପରି ସହଯୋଗ ବୃଦ୍ଧି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପକୁ ସଫଳତାର ସହ ଠିକ୍ ସମୟରେ ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

ଭାରତ ଓ ଜାପାନର ପରବର୍ତ୍ତୀ ପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ସକାଶେ ମଧ୍ୟ ଶ୍ରୀ ନୁକାଗା ପ୍ରସ୍ତାବ ଦେଇଥିଲେ । ଜାପାନୀ ଭାଷା, ସଂସ୍କୃତି, କାର୍ଯ୍ୟପ୍ରଣାଳୀ ସହ ବିଭିନ୍ନ ପ୍ରକାର ବ୍ୟବସାୟ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟରେ ବେସରକାରୀ କ୍ଷେତ୍ରର ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ଏହି ରିସୋର୍ସ ପର୍ସନ ମାନେ ଦୁଇ ଦେଶ ସମ୍ପର୍କରେ ସେତୁ ସଦୃଶ କାମ କରିବେ ।

ଭାରତକୁ ଜାପାନରୁ ଅଧିକରୁ ଅଧିକ ନିବେଶ ଏବଂ ପ୍ରଯୁକ୍ତି ବିଦ୍ୟା ଆସିବା ଦିଗରେ ବ୍ୟବସାୟିକ ଅନୁକୂଳ ପରିବେଶ ସୃଷ୍ଟି ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ସହଯୋଗ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

 

  • Manish sharma October 04, 2024

    🇮🇳
  • Vivek Kumar Gupta October 02, 2024

    नमो ..🙏🙏🙏🙏🙏
  • Vivek Kumar Gupta October 02, 2024

    नमो ......................🙏🙏🙏🙏🙏
  • Dheeraj Thakur September 27, 2024

    जय श्री राम जय श्री राम
  • Dheeraj Thakur September 27, 2024

    जय श्री राम
  • neelam Dinesh September 26, 2024

    Namo
  • கார்த்திக் September 22, 2024

    🪷ஜெய் ஸ்ரீ ராம்🌸जय श्री राम🪷જય શ્રી રામ🪷 🪷ಜೈ ಶ್ರೀ ರಾಮ್🪷జై శ్రీ రామ్🪷🌸JaiShriRam🪷🌸 🪷জয় শ্ৰী ৰাম🪷ജയ് ശ്രീറാം🪷ଜୟ ଶ୍ରୀ ରାମ🪷🌸
  • Bantu Indolia (Kapil) BJP September 19, 2024

    jay shree ram
  • Himanshu Adhikari September 18, 2024

    ❣️❣️❣️
  • दिग्विजय सिंह राना September 18, 2024

    हर हर महादेव🔱
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India Doubles GDP In 10 Years, Outpacing Major Economies: IMF Data

Media Coverage

India Doubles GDP In 10 Years, Outpacing Major Economies: IMF Data
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles demise of Pasala Krishna Bharathi
March 23, 2025

The Prime Minister, Shri Narendra Modi has expressed deep sorrow over the passing of Pasala Krishna Bharathi, a devoted Gandhian who dedicated her life to nation-building through Mahatma Gandhi’s ideals.

In a heartfelt message on X, the Prime Minister stated;

“Pained by the passing away of Pasala Krishna Bharathi Ji. She was devoted to Gandhian values and dedicated her life towards nation-building through Bapu’s ideals. She wonderfully carried forward the legacy of her parents, who were active during our freedom struggle. I recall meeting her during the programme held in Bhimavaram. Condolences to her family and admirers. Om Shanti: PM @narendramodi”