ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଅମୀର ମହାମହିମ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାହଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ବାୟନ ପ୍ୟାଲେସରେ ପହଞ୍ଚିବା ପରେ ଶ୍ରୀ ମୋଦୀଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ତାଙ୍କୁ ସ୍ୱାଗତ କରିଥିଲେ।

 

|

ଦୁଇ ନେତା ଉଭୟ ଦେଶ ମଧ୍ୟରେ ଦୃଢ଼ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି ତଥା ଗଭୀର କରିବା ପାଇଁ ସେମାନଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ "ରଣନୀତିକ ଭାଗିଦାରୀ" ସ୍ତରକୁ ଉନ୍ନୀତ କରିବାକୁ ରାଜି ହୋଇଥିଲେ।

କୁଏତରେ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ମହାମହିମ ଅମୀରଙ୍କୁ ଧନ୍ୟବାଦ ଜଣାଇଥିଲେ। କୁଏତର ବିକାଶରେ ବୃହତ ଏବଂ ସକ୍ରିୟ ଭାରତୀୟ ସମୁଦାୟର ଅବଦାନକୁ ମହାମହିମ ଅମୀର ପ୍ରଶଂସା କରିଥିଲେ।

 

|

କୁଏତ ଦ୍ୱାରା ନିଜର ଭିଜନ ୨୦୩୫କୁ ପୂରଣ କରିବା ଲାଗି କରାଯାଉଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଚଳିତ ମାସ ଆରମ୍ଭରେ ଜିସିସି ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମହାମହିମ ଅମୀରଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗତକାଲି ଆରବିୟାନ ଗଲ୍ଫ କପର ଉଦଘାଟନୀ ସମାରୋହରେ ତାଙ୍କୁ ‘ସମ୍ମାନିତ ଅତିଥି’ ରୂପରେ ଆମନ୍ତ୍ରଣ କରିବା ଲାଗି ମଧ୍ୟ ଅମିରଙ୍କୁ କୃତଜ୍ଞତା ଜଣାଇଥିଲେ । ମହାମହିମ ଅମୀର ପ୍ରଧାନମନ୍ତ୍ରୀଙ୍କ ଭାବନା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କୁଏତ ଓ ଉପସାଗରୀୟ କ୍ଷେତ୍ରରେ ଏକ ମୂଲ୍ୟବାନ ଭାଗିଦାର ରୂପେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ। ମହାମହୀମ ଅମୀର କୁଏତ ଭିଜନ ୨୦୩୫କୁ ସାକାର କରିବା ଦିଗରେ ଭାରତର ବଡ଼ ଭୂମିକା ଓ ଯୋଗଦାନ ପାଇଁ ଆଶା ବ୍ୟକ୍ତ କରିଥିଲେ।

ମହାମହିମ ଅମୀରଙ୍କୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ।

 

 

  • kranthi modi February 22, 2025

    ram ram 🚩🙏 modi ji🙏
  • Vivek Kumar Gupta February 12, 2025

    नमो ..🙏🙏🙏🙏🙏
  • Vivek Kumar Gupta February 12, 2025

    नमो .................................🙏🙏🙏🙏🙏
  • Bhushan Vilasrao Dandade February 10, 2025

    जय हिंद
  • Dr Mukesh Ludanan February 08, 2025

    Jai ho
  • Dr Swapna Verma February 06, 2025

    jay shree Ram
  • Yash Wilankar January 29, 2025

    Namo 🙏
  • Priya Satheesh January 20, 2025

    🐻
  • amar nath pandey January 11, 2025

    Jai ho
  • ram Sagar pandey January 08, 2025

    ॐनमः शिवाय 🙏🌹🙏जय कामतानाथ की 🙏🌹🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹जय माँ विन्ध्यवासिनी👏🌹💐जय श्रीकृष्णा राधे राधे 🌹🙏🏻🌹जय माता दी 🚩🙏🙏🌹🌹🙏🙏🌹🌹
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
When PM Modi Visited ‘Mini India’: A Look Back At His 1998 Mauritius Visit

Media Coverage

When PM Modi Visited ‘Mini India’: A Look Back At His 1998 Mauritius Visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2025
March 11, 2025

Appreciation for PM Modi’s Push for Maintaining Global Relations