ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଫିଲିପ୍ ଜେ. ପିଏରେଙ୍କ ସହ ଆଲୋଚନା କରିଥିଲେ ।
ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, କ୍ରିକେଟ ଏବଂ ଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ଉପରେ ନେତାମାନେ ଆଲୋଚନା କରିଥିଲେ । ଭାରତ-କାରିକମ୍ ସହଭାଗିତାକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ୭ ପଏଣ୍ଟ ଯୋଜନାକୁ ପିଏମ୍ ପିଏରେ ପ୍ରଶଂସା କରିଥିଲେ ।
ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନଗୁଡିକର ମୁକାବିଲା କରିବାରେ ସହଯୋଗର ଗୁରୁତ୍ୱ ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିବା ସହ ଛୋଟ ଦ୍ୱୀପପୁଞ୍ଜ ଦେଶମାନଙ୍କରେ ବିପର୍ଯ୍ୟୟ ପରିଚାଳନା କ୍ଷମତା ଏବଂ ସ୍ଥିରତାକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦେଇଥିଲେ ।
Met the Prime Minister of Saint Lucia, Mr. Philip J. Pierre. We discussed ways to boost trade linkages. We also talked about enhancing ties in sectors like healthcare, pharma, energy, sports and more.@PhilipJPierreLC pic.twitter.com/Cc3FZ1cVQp
— Narendra Modi (@narendramodi) November 21, 2024