ପ୍ରଧାନମନ୍ତ୍ରୀ ଜଗନ୍ନାଥ ଜି-୨୦ରେ ଭାଗ ନେବା ପାଇଁ ଅତିଥି ଦେଶ ଭାବେ ନିମନ୍ତ୍ରଣ କରିଥିôବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେମାନେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଛନ୍ତି ।
ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାକାଶ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ଆଶା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮ରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପୂର୍ବରୁ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଛନ୍ତି ।

‘ଅତଥି ଦେଶ’ ଭାବେ ଜି-୨୦ ଫର୍ମାଟରେ ଅଂଶଗ୍ରହଣ କରିବା ଲାଗି ମରିସସକୁ ବିଶେଷ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ଅଧ୍ୟକ୍ଷତାରେ ଜି-୨୦ର ବିଭିନ୍ନ ୱାର୍କିଂ ଗ୍ରୁପ୍ ଏବଂ ମନ୍ତ୍ରୀସ୍ତରୀୟ ବୈଠକରେ ମରିସସର ସକ୍ରିୟ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ତମ ବର୍ଷ ପାଳନ ଅବସରରେ ଜି-୨୦ରେ ଯୋଗଦେବାକୁ ନେଇ ଉଭୟ ନେତା ଖୁସି ବ୍ୟକ୍ତ କରିଛନ୍ତି । ଦୁଇ ନେତା ଭାରତ ଓ ମରିସସ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଥିଲେ । ଗତବର୍ଷରେ ୩୦ରୁ ଅଧିକ ପ୍ରତିନିଧିଙ୍କ ଗସ୍ତ ଏବଂ ୨୩ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ସହ ସେମାନେ ଦ୍ୱିପାକ୍ଷିକ ବିନିମୟର ଦ୍ରୁତ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ।

ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାକାଶ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ଆଶା କରିଛନ୍ତି ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves minimum support price for Copra for the 2025 season

Media Coverage

Cabinet approves minimum support price for Copra for the 2025 season
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi