ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ଉପ-ରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା ନାଇଡୁଙ୍କୁ ଭେଟିଛନ୍ତି ।
ଏହି ଅବସରରେ ଶ୍ରୀ ନାଇଡୁଙ୍କର ଜ୍ଞାନ ଏବଂ ଦେଶର ପ୍ରଗତି ପାଇଁ ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଶ୍ରୀ ଏମ୍. ଭେଙ୍କୟା ନାଇଡୁ ଗାରୁଙ୍କୁ ଭେଟିଥିଲି । ମୁଁ ତାଙ୍କ ସହ ଦଶନ୍ଧି ଧରି କାମ କରିବାର ସୁଯୋଗ ପାଇଛି ଏବଂ ତାଙ୍କର ଜ୍ଞାନ ଓ ଭାରତର ପ୍ରଗତି ପାଇଁ ଉତ୍ସାହକୁ ସବୁବେଳେ ପ୍ରଶଂସା କରିଆସିଛି ।
ଆମର ତୃତୀୟ କାର୍ଯ୍ୟକାଳ ପାଇଁ ଭେଙ୍କୟା ଗାରୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।”
Met Shri @MVenkaiahNaidu Garu. I have had the opportunity to work with him for decades and have always admired his wisdom and passion for India's progress.
— Narendra Modi (@narendramodi) June 25, 2024
Venkaiah Garu conveyed his best wishes for our third term. pic.twitter.com/XDoEGCZfL2