ସଂସଦରେ ପାଞ୍ଚ ବର୍ଷ ତଳେ ହୋଇଥିବା ଧାରା ୩୭୦ ଏବଂ ୩୫(କ) ଉଚ୍ଛେଦ ନିଷ୍ପତ୍ତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି । ଜମ୍ମୁ ଏବଂ କାଶ୍ମୀର ଓ ଲଦାଖର ବିକାଶ ଓ ସମୃଦ୍ଧି ଦିଗରେ ଏକ ନୂତନ ଯୁଗ ସୃଷ୍ଟି ପାଇଁ ଏହା ଐତିହାସିକ କ୍ଷଣ ଥିଲା ବୋଲି ସେ କହିଛନ୍ତି ।
ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ପାଇଁ ସଂସଦ ନିଷ୍ପତ୍ତି ନେବାର ଆଜିକୁ ୫ ବର୍ଷ ପୂରଣ ହେଲା, ଯାହାକି ଦେଶର ଇତିହାସରେ ଥିଲା ଏକ ଐତିହାସିକ କ୍ଷଣ । ଜମ୍ମ ଏବଂ କାଶ୍ମୀର ଓ ଲଦାଖର ବିକାଶ ଓ ସମୃଦ୍ଧି ପାଇଁ ନୂତନ ଏଥିରୁ ନୂତନ ଯୁଗ ସୃଷ୍ଟି ହୋଇଥିଲା । ସମ୍ବିଧାନକୁ ସୃଷ୍ଟି କରିଥିବା ସେହି ମହାନ୍ ପୁରୁଷ ଓ ମହିଳାଙ୍କ ଦୃଷ୍ଟିକୋଣ ଅନୁଯାୟୀ ବାସ୍ତବରେ ଭାରତର ସମ୍ବିଧାନ ଏ ସବୁ ସ୍ଥାନରେ ଲାଗୁ ହୋଇପାରିଥିଲା । ଏସବୁ ଧାରାର ଉଚ୍ଛେଦ ଯୋଗୁ ବିକାଶଠାରୁ ବଞ୍ଚିତ ଥିବା ମହିଳା, ଯୁବକ, ପଛୁଆ ବର୍ଗ, ଆଦିବାସୀ ଏବଂ ଦୁର୍ବଳ ଶ୍ରେଣୀଙ୍କ ପାଇଁ ନିରାପତ୍ତା, ସମ୍ମାନ ଓ ସୁଯୋଗ ଫେରି ପାରିଥିଲା । ଏଥିସହ ଦଶନ୍ଧି ଧରି ଜମ୍ମୁ-କାଶ୍ମୀରକୁ ମାଡ଼ି ବସିଥିବା ଦୁର୍ନୀତି ଦୂର ହୋଇପାରିଥିଲା ।
ଜମ୍ମୁ-କାଶ୍ମୀର ଓ ଲଦାଖର ଲୋକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ଆଗାମୀ ଦିନରେ ସେମାନଙ୍କ ଇଚ୍ଛା ପୂରଣ ପାଇଁ ସରକାର ସେମାନଙ୍କ ସହ ମିଶି କାମ କରିବ ।”
Today we mark 5 years since the Parliament of India decided to abrogate Articles 370 and 35(A), a watershed moment in our nation's history. It was the start of a new era of progress and prosperity in Jammu and Kashmir, and Ladakh. It meant that the Constitution of India was…
— Narendra Modi (@narendramodi) August 5, 2024