ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୫.୧୦.୨୦୨୧)ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନକୁ ଉଦ୍ଘାଟନ କରିଛନ୍ତି । ସେ ବାରଣାସୀରେ ୫୨୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା, ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ରାଜ୍ୟମନ୍ତ୍ରୀ ଓ ଲୋକ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ କରି ଦେଶ ଶହେ କୋଟି ଟିକା ଡୋଜ ପ୍ରଦାନର ସଫଳତା ହାସଲ କରିଛି । ବାବା ବିଶ୍ୱନାଥଙ୍କ ଆଶୀର୍ବାଦ, ମା’ ଗଙ୍ଗାଙ୍କ ଅମଳିନ ଗୌରବ ଓ ସହଜେ ଦୋହଲୁ ନ ଥିବା କାଶୀବାସୀଙ୍କ ବିଶ୍ୱାସ ଯୋଗୁଁ ସମସ୍ତଙ୍କ ନିମନ୍ତେ ମାଗଣା ଟିକା ଅଭିଯାନ ସଫଳତାର ସହ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତ୍ୱର ଭାରତବର୍ଷରେ ବହୁ ବର୍ଷ ଧରି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତି ଉପଯୁକ୍ତ ଧ୍ୟାନ ଦିଆ ନ ଯିବା ଯୋଗୁଁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଉପଯୁକ୍ତ ଉପଚାର ପାଇଁ ନାଗରିକମାନଙ୍କୁ ଏଣେତେଣେ ଯିବାକୁ ପଡି ଆର୍ଥିକ ଅନଟନ ଓ ଖରାପ ଅବସ୍ଥାର ଶିକାର ହେବାକୁ ପଡିଥିଲା ବୋଲି କହିଛନ୍ତି । ମେଡିକାଲ ଚିକିତ୍ସା ନେଇ ସବୁଠାରୁ ଅଧିକ କଷ୍ଟ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଥିଲା । ଯେଉଁମାନେ ଶାସନରେ ଦୀର୍ଘଦିନ ଧରି ଥିଲେ ଦେଶର ସାମଗ୍ରିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଠିକ୍ କରିଥିବା ପରିବର୍ତ୍ତେ ସେମାନେ ଜନସାଧାରଣଙ୍କୁ ସେବାରୁ ବଞ୍ଚିତ କଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ଏହିସବୁ ଅଭାବ ଅସୁବିଧା ଦୂରକରିବା ପାଇଁ ଉଦ୍ଦିଷ୍ଟ । ଆଗାମୀ ଚାରି-ପାଞ୍ଚ ବର୍ଷ ମଧ୍ୟରେ ଗ୍ରାମରୁ ମଣ୍ଡଳ, ମଣ୍ଡଳରୁ ଜିଲ୍ଲା ଓ ଜିଲ୍ଲା ବା ଆଞ୍ଚଳିକରୁ ଜାତୀୟସ୍ତର ମଧ୍ୟ ସ୍ୱାସ୍ଥ୍ୟ ସେବାକୁ କାର୍ଯ୍ୟକ୍ଷମ କରିବା ଏହା ଉଦ୍ଦେଶ୍ୟ । ଏହି ନୂତନ ମିଶନ ଅଧୀନରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ଭୂଲଭଟକା ଦୂର କରିବା ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ତିନିଟି ପ୍ରମୁଖ ପଦକ୍ଷେପ ରହିଛି । ପ୍ରଥମ ହେଉଛି, ବିସ୍ତୃତ ନିଦାନ ନିରୂପଣ ଓ ଉପଚାର ସୁବିଧା । ଏହି ପଦକ୍ଷେପ ଯୋଗୁଁ ଦେଶର ଗ୍ରାମ ଓ ସହରଗୁଡିକରେ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରମାନ ଖୋଲାଯାଉଛି । ଏହିସବୁ କେନ୍ଦ୍ରଗୁଡିକରେ ସଅଳ ରୋଗନିରୂପଣ ସୁବିଧାମାନ ରହିବ । ସୁବିଧାଗୁଡିକ ମଧ୍ୟରେ ନିଃଶୁଳ୍କ ମେଡିକାଲ ପରାମର୍ଶ, ମୁକ୍ତ ପରୀକ୍ଷା ଓ ଔଷଧ ଅନ୍ତର୍ଭୁକ୍ତ । ଗୁରୁତର ରୋଗ ନିମନ୍ତେ ୩୫ହଜାର ନୂତନ ଜଟିଳ ରୋଗଚିକିତ୍ସା ଶଯ୍ୟା ୬୦୦ଟି ଜିଲ୍ଳାରେ ବ୍ୟବସ୍ଥା କରାଯିବା ସହ ୧୨୫ଟି ଜିଲ୍ଳାରେ ରେଫରାଲ କେନ୍ଦ୍ର ରହିଛି ।
ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଦୃଷ୍ଟିକୋଣ ହେଲା ରୋଗ ନିରୂପଣ ପଦ୍ଧତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ମିଶନ ଅଧୀନରେ ରୋଗ ନିରୂପଣ ଓ ତଦାରଖ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ଏହି ଯୋଜନା ଅଧୀନରେ ଦେଶର ୭୩୦ଟି ଜିଲ୍ଳା, ତିନିହଜାର ବ୍ଲକ ପବ୍ଳିକ ହେଲ୍ପ ୟୁନିଟ୍ ସହ ସମନ୍ୱିତ ହେବ । ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ନିମନ୍ତେ ପାଞ୍ଚଟି ଆଞ୍ଚଳିକ ଜାତୀୟ କେନ୍ଦ୍ର, ୨୦ଟି ମହାନଗର ୟୁନିଟ୍ ଓ ୧୫ଟି ବିଏସଏଲ ପରୀକ୍ଷାଗାର ଏହି ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ତୃତୀୟ ପଦକ୍ଷେପ ହେଲା । ମହାମାରୀ ଅନୁଧ୍ୟାନ କରୁଥିବା ଗବେଷଣା ପ୍ରତିଷ୍ଠାନଗୁଡିକର ସମ୍ପ୍ରସାରଣ । ବର୍ତ୍ତମାନ ଥିବା ୮୦ଟି ଭୂତାଣୁ ନିରୂପଣ ଓ ଗବେଷଣା ପରୀକ୍ଷାଗାର ଆହୁରି ଉନ୍ନତ କରାଯିବ । ୧୫ଟି ଜୈବ ନିରାପତ୍ତାସ୍ତରୀୟ ୧୫ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ । ୪ଟି ଜାତୀୟ ଭୂତାଣୁ ତତ୍ତ୍ୱ ପ୍ରତିଷ୍ଠାନ ଓ ଗୋଟିଏ ଜାତୀୟ ଏକକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ । ଡବ୍ଲୁଏଚଓ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ ଫର ଦକ୍ଷିଣ ଏସୀୟା ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବ । “ଏହାର ଅର୍ଥ ହେଲା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଉପଚାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଗବେଷଣା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ସମଗ୍ର ଦେଶରେ ବିକଶିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତଭୂମି ମିଶନ ସ୍ୱାସ୍ଥ୍ୟସେବା ସହ ଏକ ଆତ୍ମନିର୍ଭର ଭାରତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । “ଏହା ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ ସେବା ବିକଶିତ ହେବ । ଏହାର ଅର୍ଥ ହେଉଛି ସ୍ୱାସ୍ଥ୍ୟ ସେବା ସହଜ ଲବ୍ଧ ଓ କମ୍ ବ୍ୟୟସାପେକ୍ଷ ହେବ ।” ଶ୍ରୀ ମୋଦି କହିଛନ୍ତି ଯେ ସାମଗ୍ରିକ ସ୍ୱାସ୍ଥ୍ୟ ଯତ୍ନ ସହ ସୁଧାର ମଧ୍ୟ ଦେଇଥାଏ । ସ୍ୱଚ୍ଛଭାରତ ମିଶନ, ଜଳଜୀବନ ମିଶନ୍, ଉଜ୍ଜଳା, ପୋଷଣ ଅଭିଯାନ, ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନା କୋଟି କୋଟି ଜନସାଧାରଣଙ୍କୁ ରୋଗରୁ ବଞ୍ଚାଇଛି । ଦୁଇକୋଟିରୁ ଅଧିକ ଗରିବ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଉପଚାର ପାଇଥିବା ବେଳେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଉତ୍ତରପ୍ରଦେଶରେ ଯେଉଁ ଗତିରେ ମେଡିକାଲ କଲେଜ ଖୋଲୁଛି ଏହାର ପ୍ରଭାବ ନିଶ୍ଚୟ ମେଡିକାଲ ସିଟ୍ ଓ ଡାକ୍ତର ସୃଷ୍ଟିରେ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧିକ ସ୍ଥାନ ସଂଖ୍ୟା ବୃଦ୍ଧି ଯୋଗୁଁ ଏବେ ଗରିବ ମାତାପିତାଙ୍କ ପିଲାମାନେ ମଧ୍ୟ ଡାକ୍ତର ହେବାର ସ୍ୱପ୍ନ ସାକାର କରିପାରିବେ ।
ବିଗତ ଦିନର ପବିତ୍ର କାଶୀ ମହାନଗରୀର ଦୁର୍ଦ୍ଧଶା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଗରୀର ଭିତ୍ତିଭୂମିକୁ ନଗରବାସୀ ପ୍ରାୟ ଆଦରି ନେଇଥିଲେ । ଏଥିରେ ଆଜି ପରିବର୍ତ୍ତନ ଘଟିଛି ।” ଗତ ସାତବର୍ଷ ମଧ୍ୟରେ ବାରଣାସୀରେ ହୋଇଥିବା କାର୍ଯ୍ୟ ବିଗତ ଅନେକ ଦଶନ୍ଧି ମଧ୍ୟରେ ମଧ୍ୟ ହୋଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବିଗତ ଦିନର ପବିତ୍ର କାଶୀ ମହାନଗରୀର ଦୁର୍ଦ୍ଧଶା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଗରୀର ଭିତ୍ତିଭୂମିକୁ ନଗରବାସୀ ପ୍ରାୟ ଆଦରି ନେଇଥିଲେ । ଏଥିରେ ଆଜି ପରିବର୍ତ୍ତନ ଘଟିଛି ।” ଗତ ସାତବର୍ଷ ମଧ୍ୟରେ ବାରଣାସୀରେ ହୋଇଥିବା କାର୍ଯ୍ୟ ବିଗତ ଅନେକ ଦଶନ୍ଧି ମଧ୍ୟରେ ମଧ୍ୟ ହୋଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ କିଛି ବର୍ଷ ମଧ୍ୟରେ ବିଏଚୟୁ ର ବୈଶ୍ୱିକ ସଫଳତା କାଶୀର ଏକ ଉତ୍କର୍ଷ ସଦୃଶ । “ଆଜି ପ୍ରଯୁକ୍ତିରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିଏଚୟୁରେ ଅଭୂତପୂର୍ବ ସୁବିଧାମାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ଯୁବ ବନ୍ଧୁମାନେ ଏଠାକୁ ଶିକ୍ଷାଲାଭ ପାଇଁ ଆସୁଛନ୍ତି” ବୋଲି ସେ କହିଥିଲେ ।
ବିଗତ ପାଞ୍ଚବର୍ଷରେ ବାରଣାସୀରେ ଖଦୀରେ ଶତକଡା ୬୦ଭାଗ ଉତ୍ପାଦନ ଓ ୯୦ଭାଗ ବିକ୍ରୟ ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ପୁଣି ଥରେ ସ୍ଥାନୀୟ ସାମଗ୍ରୀ ଉପରେ ପ୍ରାଧାନ୍ୟ ଦେଇ ଭୋକାଲ ଫର ଲୋକାଲ ହେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଲୋକାଲ ଅର୍ଥ କେବଳ ଦୀପ ତିଆରି ଭଳି ନୁହେଁ, ବରଂ ପର୍ବପର୍ବାଣୀରେ ଦେଶବାସୀଙ୍କ କଠିନ ଶ୍ରମ ଓ ପୃଷ୍ଠପୋଷକତାର ପ୍ରତିଫଳନ ଆବଶ୍ୟକ ।
देश ने कोरोना महामारी से अपनी लड़ाई में 100 करोड़ वैक्सीन डोज के बड़े पड़ाव को पूरा किया है।
— PMO India (@PMOIndia) October 25, 2021
बाबा विश्वनाथ के आशीर्वाद से, मां गंगा के अविरल प्रताप से, काशीवासियों के अखंड विश्वास से, सबको वैक्सीन-मुफ्त वैक्सीन का अभियान सफलता से आगे बढ़ रहा है: PM @narendramodi
आज़ादी के बाद के लंबे कालखंड में आरोग्य पर, स्वास्थ्य सुविधाओं पर उतना ध्यान नहीं दिया गया, जितनी देश को जरूरत थी।
— PMO India (@PMOIndia) October 25, 2021
देश में जिनकी लंबे समय तक सरकारें रहीं, उन्होंने देश के हेल्थकेयर सिस्टम के संपूर्ण विकास के बजाय, उसे सुविधाओं से वंचित रखा: PM @narendramodi
इसके तहत गांवों और शहरों में हेल्थ एंड वेलनेस सेंटर खोले जा रहे हैं, जहां बीमारियों को शुरुआत में ही डिटेक्ट करने की सुविधा होगी।
— PMO India (@PMOIndia) October 25, 2021
इन सेंटरों में फ्री मेडिकल कंसलटेशन, फ्री टेस्ट, फ्री दवा जैसी सुविधाएं मिलेंगी: PM @narendramodi
देश के हेल्थ सेक्टर के अलग-अलग गैप्स को एड्रेस करने के लिए आयुष्मान भारत हेल्थ इंफ्रास्ट्रक्चर मिशन के 3 बड़े पहलू हैं।
— PMO India (@PMOIndia) October 25, 2021
पहला, डाइअग्नास्टिक और ट्रीटमेंट के लिए विस्तृत सुविधाओं के निर्माण से जुड़ा है: PM @narendramodi
योजना का दूसरा पहलू, रोगों की जांच के लिए टेस्टिंग नेटवर्क से जुड़ा है।
— PMO India (@PMOIndia) October 25, 2021
इस मिशन के तहत, बीमारियों की जांच, उनकी निगरानी कैसे हो, इसके लिए ज़रूरी इंफ्रास्ट्रक्चर का विकास किया जाएगा: PM @narendramodi
आज केंद्र और राज्य में वो सरकार है जो गरीब, दलित, शोषित-वंचित, पिछड़े, मध्यम वर्ग, सभी का दर्द समझती है।
— PMO India (@PMOIndia) October 25, 2021
देश में स्वास्थ्य सुविधाएं बेहतर करने के लिए हम दिन रात एक कर रहे हैं: PM @narendramodi
यूपी में जिस तेजी के साथ नए मेडिकल कॉलेज खोले जा रहे हैं, उसका बहुत अच्छा प्रभाव मेडिकल की सीटों और डॉक्टरों की संख्या पर पड़ेगा।
— PMO India (@PMOIndia) October 25, 2021
ज्यादा सीटें होने की वजह से अब गरीब माता-पिता का बच्चा भी डॉक्टर बनने का सपना देख सकेगा और उसे पूरा कर सकेगा: PM @narendramodi
आज काशी का हृदय वही है, मन वही है, लेकिन काया को सुधारने का ईमानदारी से प्रयास हो रहा है।
— PMO India (@PMOIndia) October 25, 2021
जितना काम वाराणसी में पिछले 7 साल में हुआ है, उतना पिछले कई दशकों में नहीं हुआ: PM @narendramodi
बीते सालों की एक और बड़ी उपलब्धि अगर काशी की रही है, तो वो है BHU का फिर से दुनिया में श्रेष्ठता की तरफ अग्रसर होना।
— PMO India (@PMOIndia) October 25, 2021
आज टेक्नॉलॉजी से लेकर हेल्थ तक, BHU में अभूतपूर्व सुविधाएं तैयार हो रही हैं।
देशभर से यहां युवा साथी पढ़ाई के लिए आ रहे हैं: PM @narendramodi