ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ଦୂତମାନଙ୍କର ସଂକଳ୍ପ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜେ ଇରାନୀଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି ।
ରାଷ୍ଟ୍ର ନିର୍ମାଣ ଦିଗରେ ସଂକଳ୍ପ ଓ ପ୍ରତିବଦ୍ଧତା ପାଇଁ ମୁଁ #Viksit Bharat Ambassador ମାନଙ୍କୁ ପ୍ରଶଂସା କରୁଛି। ଆମ ନାରୀ ଶକ୍ତିର ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ ଭାବରେ ଏକ ବିକଶିତ ଏବଂ ସଶକ୍ତ ଭାରତ ହାସଲ କରିବା ଦିଗରେ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ । "
I laud the #ViksitBharatAmbassador community for their determination and commitment towards nation building. The active participation of our Nari Shakti will undeniably accelerate our journey towards achieving a developed and empowered India. #ViksitBharatKiViksitNari https://t.co/fLpZTqvLyc
— Narendra Modi (@narendramodi) March 8, 2024