ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଶଂସା କରିଛନ୍ତି ।
ଆଜି ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ ପାର୍କ ଉଦଘାଟନ ସମ୍ପର୍କରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;
“ଉତ୍ତର ପ୍ରଦେଶରେ ବୟନ ଶିଳ୍ପର ସମୃଦ୍ଧ ପରମ୍ପରା ସହ ବଡ ବିପଣୀ ଓ ବ୍ୟାପକ ଉପଭୋକ୍ତା ଆଧାର ରହିଛି । ଏଠାରେ ପରିଶ୍ରମୀ ବୁଣାକାର ଓ କୁଶଳୀ ଶ୍ରମ ଶକ୍ତି ଅଛନ୍ତି । ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା ଉତ୍ତର ପ୍ରଦେଶ ପାଇଁ ଲାଭଦାୟକ ହେବ ।”
“ଉତ୍ତର ପ୍ରଦେଶର ମୋର ସମସ୍ତ ଭାଇ ଓ ଭଉଣୀଙ୍କ ପାଇଁ ଆଜିର ଦିନର ଖୁବ ଗୁରୁତ୍ୱପୂର୍ଣ୍ଣ । ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ପାର୍କ ଶୁଭାରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ।”
“ଏକ ହଜାର ଏକରରୁ ଅଧିକ ଜମିରେ ବ୍ୟାପ୍ତ ଏହି ପିଏମ ମିତ୍ର ପାର୍କ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ରୋଜଗାରର ଅନେକ ସୁଯୋଗ ସୃଷ୍ଟି କରିବ । ଦେଶର ଟେକ୍ସଟାଇଲ କ୍ଷେତ୍ର ମଧ୍ୟ ଏହାଦ୍ୱାରା ସୁଦୃଢ ହେବ ।”
Uttar Pradesh has rich tradition of textiles, a big market and consumer base. It is home to hardworking weavers and a skilled workforce. The setting up of the PM Mitra Mega Textiles Park across Lucknow and Hardoi districts will greatly benefit UP. #PragatiKaPmMitra https://t.co/su1OlbHlQe
— Narendra Modi (@narendramodi) April 18, 2023
उत्तर प्रदेश के मेरे सभी भाइयों और बहनों के लिए आज एक बहुत अहम दिन है। लखनऊ और हरदोई में PM MITRA पार्क का शुभारंभ होने जा रहा है। इस अवसर पर आप सभी को मेरी बहुत-बहुत शुभकामनाएं। #PragatiKaPmMitra https://t.co/su1OlbHlQe
— Narendra Modi (@narendramodi) April 18, 2023