ଇଲେକ୍ଟ୍ରୋନିକ୍ସ ରପ୍ତାନି ଭାରତର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ରପ୍ତାନି ବିଶ୍ୱସ୍ତରରେ ଶୀର୍ଷ ୩ଟି ସ୍ଥାନ ମଧ୍ୟରେ ପହଞ୍ଚଛି । ଅଭିନବ ଯୁବ ଶକ୍ତିଙ୍କୁ ଶ୍ରୀ ମୋଦୀ ଏହାର ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ଏକ ଗତି ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନାପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବ ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ, ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନି ବର୍ତ୍ତମାନ ଶ୍ରେଷ୍ଠ ୩ ମଧ୍ୟରେ ରହିଛି । ସେ ମଧ୍ୟ ବିଜିନେସ୍ ଷ୍ଟାଣ୍ଡାର୍ଡ ଖବରକାଗଜର ଏକ ସମ୍ବାଦ ଅଂଶକୁ ଶେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଭାରତରୁ ଆପଲ୍ ଆଇଫୋନ୍ ରପ୍ତାନିରେ ହୋଇଥିବା ଅଭିବୃଦ୍ଧି ଯୋଗୁଁ ଇଲେକ୍ଟ୍ରୋନିକ୍ସ ରପ୍ତାନି ରତ୍ନ ଅଳଙ୍କାରକୁ ପଛରେ ପକାଇ ୨୦୨୪-୨୫ (ଆର୍ôଥକ ବର୍ଷ ୨୫)ର ଏପ୍ରିଲ-ଜୁନ୍ ତ୍ରୟମାସିକ (୧ମ ତ୍ରୟମାସିକ) ଶେଷ ସୁଦ୍ଧା ଭାରତର ଶ୍ରେଷ୍ଠ ୧୦ ରପ୍ତାନି ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି ।
କେନ୍ଦ୍ର ମନ୍ତ୍ରୀଙ୍କର ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଏହା ବାସ୍ତବରେ ଏକ ବଡ ଆନନ୍ଦର ବିଷୟ । ଇଲେକ୍ଟ୍ରୋନିକ୍ସରେ ଭାରତର ପ୍ରବୃତ୍ତି ଆମର ଯୁବ ଶକ୍ତି ଦ୍ୱାରା ପରିଚାଳିତ। ସଂସ୍କାର ଉପରେ ଆମର ଗୁରୁତ୍ୱ ଏବଂ ମେକଇନ୍ଇଣ୍ଡିଆକୁ ବୃଦ୍ଧି କରିବା ମଧ୍ୟ ଏକ ପ୍ରମାଣ ।
ଭବିଷ୍ୟତରେ ଏହି ଗତି ଜାରି ରଖିବାକୁ ଭାରତ ପ୍ରତିବଦ୍ଧ ରହିଛି ।”
This is indeed a matter of immense joy. India’s prowess in electronics is powered by our innovative Yuva Shakti. It is also a testament to our emphasis on reforms and boosting @makeinindia.
— Narendra Modi (@narendramodi) August 5, 2024
India remains committed to continuing this momentum in the times to come. https://t.co/KFAzD8lseP