ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସଫଳତାର ସହ ୯ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ସଶକ୍ତ ଭାରତର ପ୍ରତୀକ ଯାହାକି ‘ଇଜ ଅଫ ଲିଭିଙ୍ଗ’ ଏବଂ ସ୍ୱଚ୍ଛତାକୁ ଦୃଢ଼ କରିପାରିଛି ।
ମାଇଁଗଭଇଣ୍ଡିଆ(MyGovIndia) ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଏକ ଡିଜିଟାଲ ଇଣ୍ଡିଆ ଏକ ସଶକ୍ତ ଭାରତ, ଏହା ‘ଇଜ ଅଫ ଲିଭିଙ୍ଗ’ ଓ ସ୍ୱଚ୍ଛତାକୁ ଦୃଢ଼ କରିଥାଏ । ଏହି ପୋଷ୍ଟ ଏକ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶର ଏକ ଝଲକ, ଏଥିପାଇଁ ପ୍ରଯୁକ୍ତି ବିଦ୍ୟାର ସଫଳର ବ୍ୟବହାର ହିଁ କାରଣ ।”
A Digital India is an empowered India, boosting 'Ease of Living' and transparency. This thread gives a glimpse of the strides made in a decade thanks to effective usage of technology. https://t.co/xrEIEjmRaW
— Narendra Modi (@narendramodi) July 1, 2024