ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ କଲ୍ୟାଣ ସିଂହ ଜୀଙ୍କ ନାତିଙ୍କ ସହ କଥା ହୋଇ ଅସୁସ୍ଥ କଲ୍ୟାଣ ସିଂହ ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କଲ୍ୟାଣ ସିଂହ ଜୀଙ୍କ ସହ ଥିବା ସମ୍ପର୍କକୁ ସ୍ମରଣ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସହ କଥା ହେବା ସମୟରେ କିଛି ନା କିଛି ଶିଖିବାକୁ ମିଳୁଥିଲା ଏବଂ ନୂଆ ଅନୁଭୂତି ମଧ୍ୟ ମିଳୁଥିଲା ।
ଏ ସଂକ୍ରାନ୍ତରେ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ଦେଶବ୍ୟାପୀ ଅନେକ ଲୋକ କଲ୍ୟାଣ ସିଂହ ଜୀଙ୍କ ଦ୍ରୁତ ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ଗତକାଲି ଜେ ପି ନଡ୍ଡା ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ଏବଂ ଅନ୍ୟ ଲୋକମାନେ ତାଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲ ଯାଇଥିଲେ । ମୁଁ ଏବେ ତାଙ୍କ ନାତିଙ୍କ ସହ କଥା ହୋଇଥିଲି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲି ।
ମୁଁ ଏହା ଜାଣି ଅଭିଭୁତ ହୋଇଯାଇଛି ଯେ ଜେ ପି ନଡ୍ଡାଙ୍କ ସହ କଥା ହେବା ସମୟରେ କଲ୍ୟାଣ ସିଂହ ଜୀ ମୋତେ ମନେ ପକାଇଥିଲେ । କଲ୍ୟାଣ ସିଂହ ଜୀଙ୍କ ସହ କଥାବାର୍ତ୍ତା ହେବା ସମୟର ଅନେକ ସ୍ମୃତି ମୋ ପାଖରେ ସାଇତା ରହିଛି । ସେହି ତମାମ ସ୍ମୃତି ସବୁ ଆଜି ପୁଣି ତାଜା ହୋଇଉଠିଛି । ତାଙ୍କ ସହ କଥା ହେବା ସମୟରେ ଅନେକ କିଛି ଶିକ୍ଷଣୀୟ ଅନୁଭୂତି ମିଳୁଥିଲା ।’’
Countless people across India are praying for the speedy recovery of Kalyan Singh Ji. Yesterday @JPNadda Ji, CM @myogiadityanath Ji and others went to the hospital to meet him. I just spoke to his grandson and enquired about his health.
— Narendra Modi (@narendramodi) July 9, 2021
I was deeply touched to know that during his conversation with @JPNadda Ji, Kalyan Singh Ji remembered me. I also have many memories of my interactions with Kalyan Singh Ji. Several of those memories came back to life. Talking to him has always been a learning experience.
— Narendra Modi (@narendramodi) July 9, 2021