ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଟ ହୋମ କାର୍ଯ୍ୟକ୍ରମରେ 1730ଜଣ ଆଦିବାସୀ ଅତିଥି, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ପ୍ରଜ୍ଞାପନ କଳାକାରଙ୍କ ସହ ଭାବବିନିମୟ କରିଛନ୍ତି । ଏମାନେ ଜାତୀୟ ରାଜଧାନୀଠାରେ 71ତମ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶନ କରିବେ ।

|

ଉତ୍ସାହୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ସାଧାରଣତନ୍ତ୍ର ଦିବସ ପରେଡରେ ଏକ କ୍ଷୁଦ୍ର ଭାରତକୁ ପ୍ରଦର୍ଶିତ କରିବେ । ପରେଡ ପ୍ରଦର୍ଶନ ସମୟରେ ସାରା ବିଶ୍ୱ ଭାରତର ବିଶେଷତ୍ୱ ଦେଖିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବଳ ଏକ ଭୌଗଳିକ ଓ ଜନସାଂଖିକ ଅସ୍ଥିତ୍ୱ ନୁହେଁ । ଭାରତ ଏକ ଜୀବନଧାରା ।

ଏକ ଭାରତ, ଶ୍ରେଷ୍ଠ ଭାରତ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କେବଳ 130 କୋଟି ଲୋକଙ୍କ ବାସସ୍ଥଳୀ ନୁହେଁ ବରଂ ଗୌରବଶାଳୀ ପରମ୍ପରା ଥିବା ଏକ ରାଷ୍ଟ୍ର, ଏହା ସମସ୍ତେ ମନେ ରଖିବା ଆବଶ୍ୟକ ।

|

ସେ କହିଥିଲେ ଯେ ଭାରତ ଏକ ଜୀବନଧାରା, ଏକ ବିଚାର, ବିବିଧ ଦର୍ଶନର ଏକ ସଂଗମ ଏବଂ ଏକ ସମୃଦ୍ଧ ଜାଗତିକ ତଥା ସାର୍ବଜନୀନ ପରିଦୃଶ୍ୟ ପାଇଁ ଏକ ରୂପକ । ସେ କହିଥିଲେ, “ଭାରତର ଅର୍ଥ ଏକ ଜାଗତିକ ପରିବାର, ସମସ୍ତ ଧର୍ମ ପାଇଁ ସମଭାବ, ସତ୍ୟର ବିଜୟ, ଗୋଟିଏ ସତ୍ୟକୁ ବିଭିନ୍ନ ମାର୍ଗରେ ବୁଝୁଥିବା ଏକ ବିଚାର, ପ୍ରତ୍ୟେକଙ୍କ କଲ୍ୟାଣରେ ବିଶ୍ୱାସ, ସୁବର୍ଣ୍ଣ ଠାରୁ ମାତୃଭୂମିକୁ ମୂଲ୍ୟବାନ ମନେ କରୁଥିବା ଏକ ବିଶ୍ୱାସ, ଏକରୂପତା ନୁହେଁ ଏକତାରେ ବିଶ୍ୱାସ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶକ୍ତି ହେଉଛି ଏହାର ଭୌଗଳିକ ଏବଂ ସାମାଜିକ ବିବିଧତା । ସେ ଭାରତକୁ ଏକ ଫୁଲ ମାଳ ସହ ତୁଳନା କରିଥିଲେ ଯେଉଁଥିରେ ବିଭିନ୍ନ ରଙ୍ଗର ଫୁଲ ଭାରତୀୟତାର ଗୋଟିଏ ସୂତାରେ ଗୁନ୍ଥି ହୋଇଛନ୍ତି । ସେ କହିଥିଲେ, ଭାରତ ଏକରୂପତାରେ ନୁହେଁ ଏକତାରେ ବିଶ୍ୱାସ କରିଥାଏ । ଶ୍ରୀ ମୋଦୀ କହିଥିଲେ ଯେ ଏହି ଏକତାର ବନ୍ଧନକୁ ସୁଦୃଢ଼ କରିବା ଏବଂ ସୁରକ୍ଷିତ ରଖିବା ଲାଗି ଆମେ ନିରନ୍ତର ପ୍ରୟାସ ଓ କଠିନ ଶ୍ରମ କରିବା ଆବଶ୍ୟକ । ସେ କହିଥିଲେ ଯେ, ନୂତନ ଭାରତ ପ୍ରଗତି କରିବା ସହିତ କେହି ଜଣେ ଏବଂ କୌଣସି ଗୋଟିଏ ଅଂଚଳ ଯେପରି ପଛରେ ପଡ଼ିନଯାଏ ସେଥିପ୍ରତି ଆମେ ନଜର ରଖିବା ଉଚିତ । ମୌଳିକ କର୍ତ୍ତବ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ମୌଳିକ କର୍ତ୍ତବ୍ୟ ପ୍ରତି ଗୁରୁତ୍ୱ ଦେବାର ସମୟ ଏବେ ଆସିଯାଇଛି । ଯଦି ଆମେ ଆମର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା ତା’ହେଲେ ଆମର ଅଧିକାର ପାଇଁ ଆମକୁ ଆଉ ସଂଘର୍ଷ କରିବାର ଆବଶ୍ୟକତା ରହିବ ନାହିଁ ।

|

ଆଦିବାସୀ ଅତିଥି, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉପଭୋଗ କରିଥିଲେ ।

|

 

 

Click here to read PM's speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Raj Kapoor’s Iconic Lantern Donated To PM Museum In Tribute To Cinematic Icon

Media Coverage

Raj Kapoor’s Iconic Lantern Donated To PM Museum In Tribute To Cinematic Icon
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi to participate in the Post-Budget Webinar on "Agriculture and Rural Prosperity"
February 28, 2025
QuoteWebinar will foster collaboration to translate the vision of this year’s Budget into actionable outcomes

Prime Minister Shri Narendra Modi will participate in the Post-Budget Webinar on "Agriculture and Rural Prosperity" on 1st March, at around 12:30 PM via video conferencing. He will also address the gathering on the occasion.

The webinar aims to bring together key stakeholders for a focused discussion on strategizing the effective implementation of this year’s Budget announcements. With a strong emphasis on agricultural growth and rural prosperity, the session will foster collaboration to translate the Budget’s vision into actionable outcomes. The webinar will engage private sector experts, industry representatives, and subject matter specialists to align efforts and drive impactful implementation.