ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି ।
22 ଜାନୁଆରୀ, 2020ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଂଶଗ୍ରହଣ କରିବେ ।
ଭାରତର ବିଭିନ୍ନ ରାଜ୍ୟର 49ଜଣ ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଜଣେ ଲେଖାଏଁ ପୁରସ୍କାର ବିଜେତା ଅଛନ୍ତି । ଏହି ଶିଶୁମାନଙ୍କୁ କଳା ଓ ସଂସ୍କୃତି, ନବୋନ୍ମେଷ, ଶିକ୍ଷା, ସମାଜସେବା, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପୁରସ୍କୃତ କରାଯାଇଛି । ଭାରତ ସରକାର ଶିଶୁମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଗ୍ରହଣ କରିଛନ୍ତି । ଏହି ଉଦ୍ଦେଶ୍ୟ ଲାଗି କେନ୍ଦ୍ର ସରକାର ନବୋନ୍ମେଷ, ଶିକ୍ଷା କ୍ଷେତ୍ରରେ ଉପଲବ୍ଧି, ସମାଜସେବା, କଳା ଓ ସଂସ୍କୃତି, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ପ୍ରତିବର୍ଷ ଶିଶୁମାନଙ୍କ ଏହି ପୁରସ୍କାର ପ୍ରଦାନ କରିଥାନ୍ତି ।
ଏହି ଶିଶୁମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏତେ କମ ବୟସରେ ସେମାନଙ୍କ କାର୍ଯ୍ୟକୁ ଅଦ୍ଭୁତ ବୋଲି କହିଥିଲେ । ସେ କହିଥିଲେ ଯେ, ଆପଣମାନେ ଯେପରି ଭାବେ ସମାଜ ଓ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟକୁ ପୂରଣ କରୁଛନ୍ତି ତାହା ଦେଖି ମୁଁ ଗର୍ବିତ । ଯେତେବେଳେ ମୁଁ ଯୁବ ସାଥୀମାନଙ୍କ ସାହସ ଓ ଉପଲବ୍ଧିର କାହାଣୀ ଶୁଣୁଛି ସେଥିରୁ ମୋତେ ଅତିରିକ୍ତ ଉତ୍ସାହ ଓ କଠିନ ପରିଶ୍ରମ କରିବାର ପ୍ରେରଣା ମଧ୍ୟ ମିଳୁଛି ।
ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତା ଶିଶୁମାନଙ୍କୁ ତୃଣମୂଳସ୍ତରର ବାସ୍ତବିକତା ସହ ଦୃଢ଼ ଭାବେ ଯୋଡ଼ି ହୋଇ କଠିନ ପରିଶ୍ରମ କରିବାକୁ କହିଥିଲେ । ସେ କହିଥିଲେ, “ଏହି ପରିଚୟ ଆହୁରି ଅଧିକ ସଫଳତା ଅର୍ଜନ କରିବା ଦିଗରେ ପ୍ରେରଣା ସାଜିବା ଉଚିତ । ଆପଣମାନେ ଏହା ଅନୁଭବ କରିବା ଆବଶ୍ୟକ ଯେ ଏହା ଏକ ଅନ୍ତ ନୁହେଁ । ଏପରି ପୁରସ୍କାର ଆପଣଙ୍କ ସାଥୀ ଓ ଅନ୍ୟ ଶିଶୁମାନଙ୍କୁ ସଫଳତା ହାସଲ କରିବା ଲାଗି ପ୍ରେରଣା ଯୋଗାଇବ ।”
थोड़ी देर पहले आप सभी का परिचय जब हो रहा था, तो मैं सच में हैरान था। इतनी कम आयु में जिस प्रकार आप सभी ने अलग-अलग क्षेत्रों में जो प्रयास किए, जो काम किया है, वो अदभुत है: PM @narendramodi pic.twitter.com/L0PE4XYiGv
— PMO India (@PMOIndia) January 24, 2020
आप अपने समाज के प्रति, राष्ट्र के प्रति अपनी ड्यूटी के लिए जिस प्रकार से जागरूक हैं, ये देखकर गर्व होता है: PM @narendramodi pic.twitter.com/USU0Wo2Y5N
— PMO India (@PMOIndia) January 24, 2020
मैं आप सभी युवा साथियों के ऐसे साहसिक काम के बारे में जब भी सुनता हूं, आपसे बातचीत करता हूं, तो मुझे भी प्रेरणा मिलती है, ऊर्जा मिलती है: PM @narendramodi
— PMO India (@PMOIndia) January 24, 2020