ଗୁରୁବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ବାସଭବନରେ ଦାଉଦି ବୋହରା କମ୍ୟୁନିଟି ପ୍ରତିନିଧିଙ୍କ ସହ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟିମରେ ବୋହରା କମ୍ୟୁନିଟିର କିଛି ପ୍ରତିଷ୍ଠିତ ବ୍ୟବସାୟୀ, ଚାକିରିଆ, ଡାକ୍ତର, ଶିକ୍ଷାବିତ ରହିଥିଲେ । ସେମାନଙ୍କର ଜମିକୁ ଭୁଲବଶତଃ ୱକଫ ପକ୍ଷରୁ ଦାବି କରାଯାଇ ଆସୁଥିବା କୁହାଯାଇଥିଲା । ତେବେ ୱକଫ ଆଇନରେ ସଂଶୋଧନ ଆଣିଥିବାରୁ ଏହି କମ୍ୟୁନିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

ଦୀର୍ଘ ଦିନ ଧରି ୱକଫ ଆଇନରେ ସଂଶୋଧନ ଅଣାଯିବାକୁ ପ୍ରସ୍ତାବ ରହିଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହା କରାଯାଇଥିବାରୁ ସମ୍ପୃକ୍ତ କମ୍ୟୁନିଟିର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ଏହି ଆଇନ କେବଳ ସଂଖ୍ୟାଲଘୁ ନୁହେଁ ବରଂ ଅତିି ସଂଖ୍ୟାଲଘୁଙ୍କୁ ସୁହାଇବ ବୋଲି ମତପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମାଜର ମୁଖ୍ୟଧାରାରେ ସେମାନେ ନିଜକୁ ସାମିଲ କରାଇପାରିଥିବା କହିଛନ୍ତି ।

୨୦୪୭ ସୁଦ୍ଧା ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ କାମ କରାଯିବ ବୋଲି ବୋହରା ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି । ଲୋକଙ୍କ ପାଇଁ ହେଉଥିବା କାମ ପ୍ରକୃତପକ୍ଷେ ତାଙ୍କ ଶାସନର ବୈଶିଷ୍ଟ୍ୟ ବୋଲି କୁହାଯାଇଛି । ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆତ୍ମ ନିର୍ଭର ଭାରତ ଯୋଜନା, ଏମଏସଏମଇ ଯୋଜନା, ବେଟି ବଚାଓ ବେଟି ପଢାଓ ଅଭିଯାନ, ମହିଳା ସଶକ୍ତିକରଣ ପରି ଅନେକ ଯୋଜନା ବେଶ ଲୋକପ୍ରିୟ ହୋଇପାରିଛି ବୋଲି ବୋହରା ସମ୍ପ୍ରଦାୟ ପକ୍ଷରୁ ଅବଗତ କରାଯାଇଛି । ବାକଫ ସଂଶୋଧନ ପାଇଁ ବର୍ଷ ତମାମ କାମ କରାଯାଇଛି । ଅନୁନ୍ନତବର୍ଗର ମହିଳା ବିଶେଷକରି ବିଧବାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ସଂଶୋଧନ କରାଯାଇଛି ।

ବୋହରା ସମ୍ପ୍ରଦାୟର ଅନେକ ବନ୍ଧୁଙ୍କ ସ୍ମୃତି ଚାରଣ ପ୍ରଧାନମନ୍ତ୍ରୀ କରିଥିଲେ । ଏହି ସମ୍ପ୍ରଦାୟର ବର୍ଷ ବର୍ଷର ସାମାଜିକ କଲ୍ୟାଣ ପରମ୍ପରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଯେତେବେଳେ ଏହି ବାକଫ ଆଇନ ସଂଶୋଧନ ପାଇଁ ପ୍ରାରମ୍ଭିକ ସମୟରେ କାମ ଆରମ୍ଭ ହୋଇଥିଲା ସେତେବେଳେ ସୟେଦନା ମୁଫାଦ୍ଦଲ ସଇଫୁଦ୍ଦିନଙ୍କ ସହ ବିସ୍ତୃତ ଭାବେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ନିଜେ କଥା ହୋଇଥିବା କହିଥିଲେ ।

ବୋହରା ସମ୍ପ୍ରଦାୟର ଅନେକ ବନ୍ଧୁଙ୍କ ସ୍ମୃତି ଚାରଣ ପ୍ରଧାନମନ୍ତ୍ରୀ କରିଥିଲେ । ଏହି ସମ୍ପ୍ରଦାୟର ବର୍ଷ ବର୍ଷର ସାମାଜିକ କଲ୍ୟାଣ ପରମ୍ପରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଯେତେବେଳେ ଏହି ବାକଫ ଆଇନ ସଂଶୋଧନ ପାଇଁ ପ୍ରାରମ୍ଭିକ ସମୟରେ କାମ ଆରମ୍ଭ ହୋଇଥିଲା ସେତେବେଳେ ସୟେଦନା ମୁଫାଦ୍ଦଲ ସଇଫୁଦ୍ଦିନଙ୍କ ସହ ବିସ୍ତୃତ ଭାବେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ନିଜେ କଥା ହୋଇଥିବା କହିଥିଲେ ।

Had a wonderful meeting with members of the Dawoodi Bohra community! We talked about a wide range of issues during the interaction.@Dawoodi_Bohras pic.twitter.com/OC09EgcJPG
— Narendra Modi (@narendramodi) April 17, 2025


