ଗୁଜରାଟରେ ବ୍ୟସ୍ତବହୁଳ ଦିନ ପରେ ବାରାଣସୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଗୁରୁବାର ରାତି ପ୍ରାୟ ୧୧ଟାରେ ଶିବପୁର-ଫୁଲୱାରିଆ-ଲାହର୍ତାରା ମାର୍ଗ ନିରୀକ୍ଷଣ କରିବାକୁ ଯାଇଥିଲେ ।

 

ନିକଟରେ ଏହାର ଉଦ୍‌ଘାଟନ ହୋଇଥିଲା । ଏହା ଦକ୍ଷିଣ ଭାଗ, ବିଏଚ୍‌ୟୁ, ବିଏଲ୍‌ଡବ୍ଲ୍ୟୁ ଆଦିର ଆଖପାଖରେ ରହୁଥିବା ପ୍ରାୟ ୫ ଲକ୍ଷ ଲୋକଙ୍କ ପାଇଁ ବିମାନବନ୍ଦର, ଲକ୍ଷ୍ନୌ, ଆଜମଗଡ଼ ଏବଂ ଗାଜିପୁର ଆଡ଼କୁ ଯିବାରେ ବେଶ୍ ସହାୟକ ହୋଇଥାଏ ।

 

ଏହା ୩୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବାରେ ଏହା ସହାୟକ ହେଉଛି । ଏହା ବିଏଚ୍‌ୟୁରୁ ବିମାନବନ୍ଦର ଆଡ଼କୁ ଯାତ୍ରା ଦୂରତାକୁ ୭୫ ମିନିଟ୍‌ରୁ ୪୫ ମିନିଟ୍‌କୁ ହ୍ରାସ କରୁଛି । ସେହିପରି ଏହା ଲାହର୍ତାରାରୁ କଚ୍‌ହାରି ପର୍ଯ୍ୟନ୍ତ ରାସ୍ତା ଦୂରତାକୁ ୩୦ ମିନିଟ୍‌ରୁ ୧୫ ମିନିଟ୍‌କୁ ହ୍ରାସ କରୁଛି ।

 

ଏହି ପ୍ରକଳ୍ପରେ ବାରାଣସୀର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ରେଲୱେ ଏବଂ ପ୍ରତିରକ୍ଷା ସମେତ ଆନ୍ତଃମନ୍ତ୍ରଣାଳୟ ସମନ୍ୱୟ ଦେଖିବାକୁ ଦେଖିବାକୁ ମିଳିଛି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କାଶୀରେ ପହଞ୍ଚିବା ପରେ ଶିବପୁର-ଫୁଲୱାରିଆ-ଲାହର୍ତରା ମାର୍ଗ ଦେଖିଥିଲି । ଏହି ପ୍ରକଳ୍ପ ନିକଟରେ ଉଦ୍‌ଘାଟିତ ହୋଇଥିଲା ଏବଂ ସହରର ଦକ୍ଷିଣ ଭାଗରେ ଥିବା ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହୋଇଛି ।’

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India produced record rice, wheat, maize in 2024-25, estimates Centre

Media Coverage

India produced record rice, wheat, maize in 2024-25, estimates Centre
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2025
March 10, 2025

Appreciation for PM Modi’s Efforts in Strengthening Global Ties