ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପଦକ୍ଷେପ ବନତାରାକୁ ଉଦଘାଟନ କରିଛନ୍ତି। ଶ୍ରୀ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ସହଯୋଗୀମାନଙ୍କର ସହାନୁଭୂତିଶୀଳ ପ୍ରୟାସକୁ ପ୍ରଶଂସା କରି ସେ କହିଛନ୍ତି ଯେ ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ବନ୍ୟପ୍ରାଣୀ କଲ୍ୟାଣକୁ ପ୍ରୋତ୍ସାହନ ଦେବା ସହିତ ବନତାରା ପ୍ରାଣୀମାନଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ ପ୍ରଦାନ କରିଥାଏ।

 

|

ଏକ୍ସରେ ଏକାଧିକ ପୋଷ୍ଟ କରି ସେ ଲେଖିଛନ୍ତି:

 

|

‘‘ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ବନ୍ୟପ୍ରାଣୀ କଲ୍ୟାଣକୁ ପ୍ରୋତ୍ସାହିତ କରିବା ସହିତ ପ୍ରାଣୀମାନଙ୍କୁ ଏକ ନିରାପଦ ଆଶ୍ରୟ ପ୍ରଦାନ କରୁଥିବା ଏକ ଅନନ୍ୟ ବନ୍ୟଜନ୍ତୁ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପଦକ୍ଷେପ, ବନତାରା ଉଦଘାଟନ କରିଛି। ଏହି ସହାନୁଭୂତିଶୀଳ ପ୍ରୟାସ ପାଇଁ ମୁଁ ଅନନ୍ତ ଅମ୍ବାନୀ ଏବଂ ତାଙ୍କର ସମସ୍ତ ସହଯୋଗୀମାନଙ୍କୁ ପ୍ରଶଂସା କରୁଛି।’’

‘‘ବନତାରା ଭଳି ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ, ଯାହା ଆମ ପୃଥିବୀରେ ବସବାସ କରୁଥିବା ଜୀବମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ଶହ ଶହ ବର୍ଷ ପୁରୁଣା ନୈତିକତାର ଏକ ଜୀବନ୍ତ ଉଦାହରଣ। ଏଠାରେ କିଛି ଝଲକ ଦିଆଗଲା।’’

‘‘ଜାମନଗରରେ ଥିବା ବନତାରାର ଆଉ କେତେକ ଦୃଶ୍ୟ।’’

‘‘ବନତାରାରେ, ମୁଁ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଏକ ହାତୀକୁ ଦେଖିଲି। ହାତୀଟିକୁ ଅତ୍ୟନ୍ତ ଯତ୍ନ ସହକାରେ ଚିକିତ୍ସା କରାଯାଉଥିଲା। ଅନ୍ୟ କିଛି ହାତୀମାନେ ମଧ୍ୟ ଥିଲେ, ଯେଉଁମାନେ ଅନ୍ଧ ହୋଇଯାଇଥିଲେ। ଦୁଃଖର କଥା ହେଉଛି ମାହୁନ୍ତଙ୍କ ନିର୍ଯାତନାର ଶିକାର ହୋଇ ସେମାନଙ୍କ ଅବସ୍ଥା ଏପରି ହୋଇଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଗୋଟିଏ ହାତୀକୁ ଧକ୍କା ଦେଇଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରିଥାଏ । ମଣିଷ କିପରି ଏତେ ଅସାବଧାନତା ଏବଂ ନିଷ୍ଠୁର ହୋଇପାରିବେ? ଆସନ୍ତୁ ଏପରି ଦାୟିତ୍ୱହୀନତାର ଅନ୍ତ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ଉପରେ ଧ୍ୟାନ ଦେବା।’’

‘‘ଅନ୍ୟ କେତେକ ଘଟଣା ମଧ୍ୟ ଥିଲା। ଗାଡ଼ି ଧକ୍କା କାରଣରୁ ଗୋଟିଏ ସିଂହୀର ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତା’ର ଉପଯୁକ୍ତ ଯତ୍ନ ନିଆଯାଉଥିଲା। ନିଜ ପରିବାର ଦ୍ୱାରା ପରିତ୍ୟକ୍ତ ଏକ କଲରାପତରିଆ ବାଘ ଶାବକ ଉପଯୁକ୍ତ ପୋଷଣ ଯତ୍ନ ସହିତ ଏକ ନୂତନ ଜୀବନ ପାଇଲା। ଏଭଳି ଅନେକ ପ୍ରାଣୀମାନଙ୍କର ଯତ୍ନ ନେଇଥିବାରୁ ମୁଁ ବନତାରାର ଦଳକୁ ପ୍ରଶଂସା କରୁଛି।’’

 

|

 

 

  • Sekukho Tetseo March 25, 2025

    We need PM Modi leadership in this generation.
  • கார்த்திக் March 22, 2025

    Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺Jai Shree Ram🌺
  • Devdatta Bhagwan Hatkar March 22, 2025

    नमो नमो
  • Jitendra Kumar March 22, 2025

    🙏🇮🇳
  • Vivek Kumar Gupta March 20, 2025

    नमो ..🙏🙏🙏🙏🙏
  • Margang Tapo March 19, 2025

    vande mataram 🌈😙😙🌈
  • Prasanth reddi March 17, 2025

    జై బీజేపీ 🪷🪷🤝
  • Yudhishter Behl Pehowa March 16, 2025

    *"कितना अकेला हो जाता है वह इंसान,* *जिसे जानते तो बहुत लोग हैं,* *पर समझता कोई नहीं है।"*
  • Yudhishter Behl Pehowa March 16, 2025

    *"कितना अकेला हो जाता है वह इंसान,* *जिसे जानते तो बहुत लोग हैं,* *पर समझता कोई नहीं है।"*
  • Yudhishter Behl Pehowa March 16, 2025

    *"कितना अकेला हो जाता है वह इंसान,* *जिसे जानते तो बहुत लोग हैं,* *पर समझता कोई नहीं है।"*
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How PMJDY has changed banking in India

Media Coverage

How PMJDY has changed banking in India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 25, 2025
March 25, 2025

Citizens Appreciate PM Modi's Vision : Economy, Tech, and Tradition Thrive