“ବିଶ୍ୱର ବୁଦ୍ଧ ସମାଜ ପ୍ରତି କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦର ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି”
“ଭଗବାନ ବୁଦ୍ଧଙ୍କ ସହ ସଂଶ୍ଳିଷ୍ଟ ସ୍ଥାନଗୁଡିକର ବିକାଶ ନିମନ୍ତେ ଉନ୍ନତ ସଂଯୋଗ ଓ ଭକ୍ତମାନଙ୍କ ସୁବିଧା ବ୍ୟବସ୍ଥା ଜରିଆରେ ସ୍ୱତନ୍ତ୍ର ଧ୍ୟାନ”
“ଉଡାନ ଯୋଜନା ଅଧୀନରେ ନଅଶହରୁ ଅଧିକ ଯାତ୍ରା ପଥ ଅନୁମୋଦିତ ହୋଇଥିବାବେଳେ, ୩୫୦ଟିରେ ଯାତ୍ରା ଆରମ୍ଭ ହୋଇଛି । ଆଗରୁ ବିମାନ ସେବା ହେଉ ନ ଥିବା ୫୦ଟି ନୂତନ ବିମାନବନ୍ଦରରୁ ଉଡାଣ ଆରମ୍ଭ ହୋଇଛି”
“କୁଶୀନଗର ବିମାନବନ୍ଦର ଆଗରୁ ଉତ୍ତରପ୍ରଦେଶରେ ଆଠଟି ବିମାନବନ୍ଦର କାର୍ଯ୍ୟ କରୁଛି । ଲକ୍ଷ୍ନୌ,ବାରଣାସୀ ଓ କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ପରେ ଦେୱରରେ କାର୍ଯ୍ୟ ଚାଲିଛି । ଏତଦ୍‌ବ୍ୟତୀତ ଅଯୋଧ୍ୟା, ଆଲିଗଡ, ଆଜମଗଡ, ଚିତ୍ରକୁଟ, ମୋରାଦାବାଦ ଏବଂ ଶ୍ରାବସ୍ତୀ ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟ ଚାଲିଛି।”
“ଏୟାର ଇଣ୍ଡିଆ ନେଇ ନିଷ୍ପତ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ”
“ନିକଟରେ ଆରମ୍ଭ ହୋଇଥିବା ଡ୍ରୋନ ନୀତି ଯୋଗୁଁ ଶିକ୍ଷାରୁ କୃଷି, କୃଷିରୁ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିରକ୍ଷା କ୍ଷେତ୍ରରେ ଆସିବ ବିରାଟ ପରିବର୍ତ୍ତନ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୦.୧୦.୨୦୨୧) କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଭାରତ ହେଉଛି ବୁଦ୍ଧ ଚେତନାର କେନ୍ଦ୍ରବିନ୍ଦୁ । ଆଜି କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦରର ଉଦ୍‌ଘାଟନ ସେମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ସଦୃଶ । ଏହି ଅଞ୍ଚଳ ଭଗବାନ ବୁଦ୍ଧଙ୍କ ଦିବ୍ୟଜ୍ଞାନ ପ୍ରାପ୍ତିଠାରୁ ଆରମ୍ଭ କରି ମହାପରିନିର୍ବାଣ ସହ ଓତଃପ୍ରୋତଃ ଜଡିତ । ଆଜିଠାରୁ ଏହି ଅଞ୍ଚଳ ବିଶ୍ୱର ଅନ୍ୟାନ୍ୟ ସ୍ଥାନ ସହ ସିଧାସଳଖ ସଂଯୋଗ ହେଉଛି ।

ଭଗବାନ ବୁଦ୍ଧଙ୍କ ସହ ଯୋଡି ହୋଇଥିବା ସ୍ଥାନଗୁଡିକକୁ ଉନ୍ନତ ସଂଯୋଗ ଓ ଭକ୍ତମାନଙ୍କୁ ସୁବିଧାସୁଯୋଗ ଉପଲବ୍ଧ କରାଇ ସେ ସବୁର ବିକାଶ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୁଶୀନଗରରେ ଅବତରଣ କରିଥିବା ଶ୍ରୀଲଙ୍କା ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ ଜଣାଇଥିଲେ । ଆଜି ମହର୍ଷି ବାଲ୍ମୀକୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ଦେଶ ସବ୍‌କା ସାଥ୍ ସବ୍‌କା ପ୍ରୟାସକୁ ଆଧାର କରି ସବ୍‌କା ବିକାଶ ପଥରେ ଆଗେଇ ଚାଲିଛି ବୋଲି କହିଥିଲେ । “କୁଶୀନଗରର ବିକାଶ ଉଭୟ ଉତ୍ତରପ୍ରଦେଶ ଓ କେନ୍ଦ୍ରର ଅଗ୍ରାଧିକାର ବୋଲି  ସେ କହିଛନ୍ତି ।

ସେ ବିଶ୍ୱାସ ହେଉ ବା ଆମୋଦପ୍ରମୋଦ, ପର୍ଯ୍ୟଟନ ନିମନ୍ତେ ନିର୍ମଳ ପରିବେଶ ସହ ରେଳ, ସଡକ, ବିମାନପଥ, ଜଳପଥ, ହୋଟେଲ, ହସ୍‌ପିଟାଲ, ଇଣ୍ଟରନେଟ ସଂଯୋଗ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା  ଉନ୍ନତ ଭିତ୍ତିଭୂମି ଆବଶ୍ୟକ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । “ଏହି ସମସ୍ତ କ୍ଷେତ୍ର ପରସ୍ପର ସହ ଯୋଡି ହୋଇଥିବାରୁ ସବୁଗୁଡିକର ଏକକାଳୀନ ବିକାଶ ଅପରିହାର୍ଯ୍ୟ । ଆଜିର ଏକବିଂଶ ଶତାବ୍ଦୀର ଭାରତବର୍ଷ ଏହାକୁ ପାଥେୟ କରି ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ  ୯୦୦ ନୂତନ ବିମାନପଥ ଉଡାନ ଯୋଜନା ଅଧୀନରେ ଅନୁମୋଦିତ ହୋଇଛି ଓ ସେଥିରୁ ୩୫୦ରୁ ଅଧିକ ପଥରେ ବିମାନ ସେବା ଆରମ୍ଭ ହୋଇସାରିଛି । ଆଗରୁ ବିମାନ ସେବା ଦେଇ ନ ଥିବା ୫୦ରୁ ଅଧିକ ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି।

ଉତ୍ତରପ୍ରଦେଶର ବିମାନ ଉଡାଣ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବିମାନ ସଂଯୋଗ ନିରବଚ୍ଛିନ୍ନଭାବେ ବୃଦ୍ଧି ପାଉଛି । କୁଶୀନଗର ବିମାନବନ୍ଦର ପୂର୍ବରୁ ଉତ୍ତରପ୍ରଦେଶରେ ଆଠଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି । ଲକ୍ଷ୍ନୌ, ବାରଣାସୀ ଓ କୁଶୀନଗର ପରେ ଦେୱର ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟ ଏବେ ଚାଲୁରହିଛି । ଏହାଛଡା ଅଯୋଧ୍ୟା, ଆଲିଗଡ, ଆଜମଗଡ,ଚିତ୍ରକୂଟ, ମୋରାଦାବାଦ ଏବଂ ଶ୍ରାବସ୍ତୀରେ ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ।

ନିକଟରେ ଏୟାର ଇଣ୍ଡିଆ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଉଡାଣ କ୍ଷେତ୍ରରେ ବୃତ୍ତିଗତ ଓ ସୁରକ୍ଷାଗତ ଉନ୍ନତି ଘଟିବ । “ଏହି ପଦକ୍ଷେପ ଦେଶର ଉଡାଣ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ । ସେହିପରି ଆଉ ଏକ ପଦକ୍ଷେପ ହେଉଛି ପ୍ରତିରକ୍ଷା ମହାକାଶକୁ ବେସାମରିକ ଉଦ୍ଦେଶ୍ୟରେ ପ୍ରୟୋଗ” ବୋଲି ସେ କହିଛନ୍ତି । ଏହି ପଦକ୍ଷେପ ଯୋଗୁଁ ବିଭିନ୍ନ ସ୍ଥାନ ମଧ୍ୟରେ ନଭମଣ୍ଡଳୀୟ ଦୂରତା ହ୍ରାସ ପାଇବ । କୃଷିରୁ ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ପରିଚାଳନାଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ନିକଟରେ ଆରମ୍ଭ କରାଯାଇଥିବା ଡ୍ରୋନ ନୀତି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନିକଟରେ ଆରମ୍ଭ କରାଯାଇଥିବା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସଡକ, ରେଳ, ବିମାନ ଇତ୍ୟାଦି ସମସ୍ତ ପ୍ରକାର ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକକୁ ଆରକର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves minimum support price for Copra for the 2025 season

Media Coverage

Cabinet approves minimum support price for Copra for the 2025 season
NM on the go

Nm on the go

Always be the first to hear from the PM. Get the App Now!
...
PM compliments Abdullah Al-Baroun and Abdul Lateef Al-Nesef for Arabic translations of the Ramayan and Mahabharat
December 21, 2024

Prime Minister Shri Narendra Modi compliments Abdullah Al-Baroun and Abdul Lateef Al-Nesef for their efforts in translating and publishing the Arabic translations of the Ramayan and Mahabharat.

In a post on X, he wrote:

“Happy to see Arabic translations of the Ramayan and Mahabharat. I compliment Abdullah Al-Baroun and Abdul Lateef Al-Nesef for their efforts in translating and publishing it. Their initiative highlights the popularity of Indian culture globally.”

"يسعدني أن أرى ترجمات عربية ل"رامايان" و"ماهابهارات". وأشيد بجهود عبد الله البارون وعبد اللطيف النصف في ترجمات ونشرها. وتسلط مبادرتهما الضوء على شعبية الثقافة الهندية على مستوى العالم."