Quoteପୁରୁଲିଆର ରଘୁନାଥପୁର ଠାରେ ଥିବା ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍ -୨ (୨ x ୬୬୦ ମେଗାୱାଟ୍‌)ର ଶିଳାନ୍ୟାସ
Quoteମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥାର ଉଦଘାଟନ
Quote୧୨ ନମ୍ବର ଜାତୀୟ ରାଜପଥର ଫରାକ୍କା - ରାୟଗଞ୍ଜ ସେକ୍ସନର ୪ ଲେନ୍ ନିର୍ମାଣ ପାଇଁ ରାସ୍ତା ପ୍ରକଳ୍ପ ଉଦ୍‌ଘାଟିତ
Quoteପଶ୍ଚିମବଙ୍ଗରେ ୯୪୦ କୋଟିରୁ ଅଧିକ ମୂଲ୍ୟର ୪ଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
Quoteପଶ୍ଚିମବଙ୍ଗ ଯେପରି ତା'ର ବର୍ତ୍ତମାନ ଏବଂ ଭବିଷ୍ୟତର ବିଦ୍ୟୁତ୍ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହେବ, ତାହା ହେଉଛି ଆମର ପ୍ରୟାସ
Quote"ପଶ୍ଚିମବଙ୍ଗ ଦେଶ ଏବଂ ଅନେକ ପୂର୍ବ ରାଜ୍ୟ ପାଇଁ ପୂର୍ବ ଦ୍ୱାର ଭାବରେ କାର୍ଯ୍ୟ କରେ’
Quoteସଡ଼କ ପଥ, ରେଳବାଇ, ବିମାନ ଚଳାଚଳ ଏବଂ ଜଳପଥର ଆଧୁନିକ ଭିତ୍ତିଭୂମି ପାଇଁ ସରକାର କାର୍ଯ୍ୟ କରୁଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କୃଷ୍ଣନଗର ଠାରେ ୧୫,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ଶକ୍ତି, ରେଳ ଓ ସଡ଼କ ଭଳି କ୍ଷେତ୍ର ସହ ଜଡ଼ିତ । 

 

|

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଦିଗରେ ଆଜି ଆଉ ଏକ ପଦକ୍ଷେପ ନିଆଯାଇଛି । ଗତକାଲି ଆରାମବାଗ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମନେ ପକାଇ ସେ ରେଳ, ବନ୍ଦର ଓ ପେଟ୍ରୋଲିୟମ କ୍ଷେତ୍ରରେ ୭ ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଭାଗ୍ୟବାନ ଯେ ପଶ୍ଚିମବଙ୍ଗର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଆଜି ମଧ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗର ବିକାଶକୁ ତ୍ୱରାନ୍ୱିତ କରିବା ସହ ଯୁବକମାନଙ୍କୁ ଉନ୍ନତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । 

ବିକାଶ ପ୍ରକ୍ରିୟାରେ ବିଜୁଳିର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ବିଦ୍ୟୁତ୍ ଆବଶ୍ୟକତା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି । ଦାମୋଦର ଭ୍ୟାଲି କର୍ପୋରେସନ୍‌ର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ରକଳ୍ପ ପୁରୁଲିଆ ଜିଲ୍ଲାର ରଘୁନାଥପୁର ଠାରେ ଅବସ୍ଥିତ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍‌- ୨ (୨ x ୬୬୦ ମେଗାୱାଟ୍‌) ରାଜ୍ୟରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବ । ଏହା ଦ୍ୱାରା ରାଜ୍ୟର ଶକ୍ତି ଆବଶ୍ୟକତା ପୂରଣ ହେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି । ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥା ପରିବେଶ ସମସ୍ୟା ପ୍ରତି ଭାରତର ଗମ୍ଭୀରତାର ଏକ ଉଦାହରଣ ବୋଲି ସେ କହିଛନ୍ତି । 

 

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗ ଦେଶ ପାଇଁ ଏକ 'ପୂର୍ବ ଦ୍ୱାର' ଭାବରେ କାର୍ଯ୍ୟ କରେ ଏବଂ ଏଠାରୁ ପୂର୍ବ ପାଇଁ ପ୍ରଚୁର ସୁଯୋଗ ରହିଛି । ତେଣୁ ସଡ଼କ ପଥ, ରେଳପଥ, ବିମାନ ଚଳାଚଳ ଓ ଜଳପଥର ଆଧୁନିକ ସଂଯୋଗ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଜାତୀୟ ରାଜପଥ-୧୨ (୧୦୦ କିଲୋମିଟର)ର ଫରାକ୍କା - ରାୟଗଞ୍ଜ ସେକ୍ସନର ଚାରି ଲେନ୍ ନିର୍ମାଣ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ସଡ଼କ ପ୍ରକଳ୍ପର ବଜେଟ୍ ପ୍ରାୟ ୨୦୦୦ କୋଟି ଟଙ୍କା ରହିଛି ଏବଂ ଏହା କାର୍ଯ୍ୟକ୍ଷମ ହେବା ପରେ ଯାତ୍ରା ସମୟ ଅଧାକୁ ହ୍ରାସ ପାଇବ । ଏହା ଦ୍ୱାରା ଆଖପାଖ ସହରରେ ଯାତାୟାତ ସହଜ ହେବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା କୃଷକମାନଙ୍କୁ ସାହାଯ୍ୟ କରିବ । 

ଭିତ୍ତିଭୂମି ଦୃଷ୍ଟିକୋଣରୁ ରେଳବାଇ ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଐତିହ୍ୟ ଏବଂ ସୁବିଧାକୁ ପୂର୍ବ ସରକାରମାନେ ବିକାଶର ବ୍ୟବଧାନ ସୃଷ୍ଟି କରି ସଠିକ ଢଙ୍ଗରେ ଆଗେଇ ନେଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ପୂର୍ବ ତୁଳନାରେ ଦୁଇଗୁଣା ଅର୍ଥ ଖର୍ଚ୍ଚ କରିବା ବିଷୟରେ ଉଲ୍ଲେଖ କରିଥିଲେ । 

 

|

ସେ ଆଜିର ଅବସରକୁ ଉଲ୍ଲେଖ କରି କହିଥିଲେ ଯେ, ଆଜି ରାଜ୍ୟର ଆଧୁନିକୀକରଣ ଓ ବିକାଶ ପାଇଁ ୪ଟି ରେଳ ପ୍ରକଳ୍ପକୁ ସମର୍ପିତ କରାଯାଉଛି ଏବଂ ଏହା ବିକଶିତ ପଶ୍ଚିମବଙ୍ଗର ସଂକଳ୍ପ ପୂରଣ କରିବାରେ ସହାୟକ ହେବ । ଶେଷରେ ସେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡଃ ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳ ପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପୁରୁଲିଆ ଜିଲ୍ଲାର ରଘୁନାଥପୁର ଠାରେ ଅବସ୍ଥିତ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଦ୍ୱିତୀୟ ପର୍ଯ୍ୟାୟ (୨ x ୬୬୦ ମେଗାୱାଟ)ର ଶିଳାନ୍ୟାସ କରିଥିଲେ । ଦାମୋଦର ଭ୍ୟାଲି କର୍ପୋରେସନର ଏହି କୋଇଲା ଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପରେ ଅତ୍ୟନ୍ତ ଦକ୍ଷ ସୁପର କ୍ରିଟିକାଲ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଦେଶର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏହି ନୂତନ ପ୍ଲାଣ୍ଟ ଏକ ପଦକ୍ଷେପ ହେବ ।

 

|

ପ୍ରଧାନମନ୍ତ୍ରୀ ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଏବଂ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥାର ଉଦଘାଟନ କରିଥିଲେ । ପାଖାପାଖି ୬୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏଫଜିଡି ବ୍ୟବସ୍ଥା ଫ୍ଲୁ ଗ୍ୟାସରୁ ସଲଫର ଡାଇଅକ୍ସାଇଡ୍‌କୁ ଅଲଗା କରି ସ୍ୱଚ୍ଛ ଫ୍ଲୁ ଗ୍ୟାସ ଉତ୍ପାଦନ କରି ଜିପସମ ସୃଷ୍ଟି କରିବ, ଯାହା ସିମେଣ୍ଟ ଶିଳ୍ପରେ ବ୍ୟବହୃତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୧୨ (୧୦୦ କିଲୋମିଟର)ର ଫରାକ୍କା - ରାୟଗଞ୍ଜ ସେକ୍ସନକୁ ଚାରି ଲେନ୍ କରିବା ପାଇଁ ସଡ଼କ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ପାଖାପାଖି ୧୯୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଟ୍ରାଫିକ୍ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଉତ୍ତର ବଙ୍ଗ ଓ ଉତ୍ତର - ପୂର୍ବାଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶରେ ସହାୟକ ହେବ ।

 

|

ଦାମୋଦର - ମୋହିଶିଳା ରେଳ ଲାଇନର ଦୋହରୀକରଣ ପ୍ରକଳ୍ପ ; ରାମପୁରହାଟ ଓ ମୁରରାଇ ମଧ୍ୟରେ ତୃତୀୟ ଲାଇନ୍‌ ; ବଜାରସାଉ - ଅଜିମଗଞ୍ଜ ରେଳ ଲାଇନ ଦୋହରୀକରଣ ; ଏବଂ ଅଜିମଗଞ୍ଜ - ମୁର୍ଶିଦାବାଦକୁ ସଂଯୋଗ କରୁଥିବା ନୂତନ ଲାଇନ୍ ସମେତ ପଶ୍ଚିମବଙ୍ଗରେ ୯୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୪ଟି ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ରେଳ ଯୋଗାଯୋଗରେ ଉନ୍ନତି ଆଣିବ, ମାଲ ପରିବହନକୁ ସୁଗମ କରିବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • ओम प्रकाश सैनी September 17, 2024

    राम राम राम राम राम राम
  • ओम प्रकाश सैनी September 17, 2024

    राम राम राम राम
  • ओम प्रकाश सैनी September 17, 2024

    राम राम राम
  • ओम प्रकाश सैनी September 17, 2024

    राम राम
  • ओम प्रकाश सैनी September 17, 2024

    राम
  • Jitender Kumar Haryana BJP State President August 18, 2024

    Now in Village Musepur catch me if you can
  • Vivek Kumar Gupta May 15, 2024

    नमो .............. 🙏🙏🙏🙏🙏
  • Vivek Kumar Gupta May 15, 2024

    नमो .......................🙏🙏🙏🙏🙏
  • Avdhesh Saraswat May 15, 2024

    ABKI BAAR 408+PAAR HAR BAAR MODI SARKAR
  • Shabbir meman April 10, 2024

    🙏🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Apple grows India foothold, enlists big Indian players as suppliers

Media Coverage

Apple grows India foothold, enlists big Indian players as suppliers
NM on the go

Nm on the go

Always be the first to hear from the PM. Get the App Now!
...
ଭାରତ ଉପରେ ଚଳିତ ସପ୍ତାହରେ ବିଶ୍ୱ
March 20, 2025

ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିଠାରୁ ଆରମ୍ଭ କରି ପ୍ରାଚୀନ କାରିଗରୀ ପର୍ଯ୍ୟନ୍ତ, ଏହି ସପ୍ତାହରେ ଭାରତର କାହାଣୀ ସମ୍ପ୍ରସାରଣ, ସଫଳତା ଏବଂ ସାହସିକ ପଦକ୍ଷେପର । ବଢୁଥିବା ବିମାନ ଚଳାଚଳ ଶିଳ୍ପ, ଭାରତ ମହାସାଗରରେ ବୈଜ୍ଞାନିକ ଉନ୍ମୋଚନ, ଏକ ଐତିହାସିକ ଉପଗ୍ରହ ଉତକ୍ଷେପଣ ଏବଂ ଏଆଇ ଚାକିରିରେ ବୃଦ୍ଧି - ଭାରତ ଆତ୍ମବିଶ୍ୱାସର ସହ ଭବିଷ୍ୟତରେ ପାଦ ରଖିଛି । ଇତିମଧ୍ୟରେ ଆର୍ମେନିଆ ସହ ସମ୍ପର୍କ ଗଭୀର ହେବା ସହ ଏକ ପ୍ରମୁଖ ଏରୋସ୍ପେସ୍ ଫାର୍ମ ଭାରତୀୟ ଉପକୂଳ ଉପରେ ନଜର ରଖିଛି ଏବଂ କାରିଗରମାନେ ଐତିହ୍ୟ ଖେଳନା ନିର୍ମାଣରେ ନୂଆ ଜୀବନ ନିଶ୍ୱାସ ନେଉଛନ୍ତି। ଆସନ୍ତୁ ସେହି କାହାଣୀଗୁଡ଼ିକୁ ଦେଖିବା ଯାହା ଭାରତର ଅବିସ୍ମରଣୀୟ ଉନ୍ନତିକୁ ବର୍ଣ୍ଣନା କରେ ।

|

Taking Off: India’s Aviation Boom and the Urgent Need for Pilots

With over 1,700 aircraft orders, India’s aviation industry is gearing up for unprecedented expansion. The current fleet of 800+ planes is set to grow, and with it comes a pressing demand: 30,000 pilots needed in the next two decades. The Ministry of Civil Aviation is working to ramp up pilot training infrastructure, positioning India as a global hub for flight training. The skies are getting busier, and India is ready. 

AI Surge: India’s Tech Workforce Faces a Crucial Moment

The Artificial Intelligence sector is racing ahead, with 2.3 million job openings projected by 2027. Globally, AI job postings have shot up by 21% annually, while salaries in the sector are growing at 11% each year. However, the talent gap is expected to persist, which can be filled by India, which isn’t just adopting AI—it’s shaping the global AI workforce.

Armenia Looks to India for Stronger Ties

In a telling statement, Armenian Foreign Minister Ararat Mirzoyan underscored India’s rising diplomatic clout, calling for deeper relations between the two nations. “We are eager to build ties with India so that both our peoples benefit in the coming decades and centuries,” he said, reinforcing India’s expanding influence beyond traditional partnerships.

The NISAR Satellite: A Game-Changer for Global Agriculture

A joint NASA-ISRO mission, the NISAR satellite is about to revolutionize farming worldwide. This cutting-edge technology will provide unparalleled insights into crop growth, plant health, and soil moisture levels, empowering farmers and policymakers with real-time data. Precision agriculture is no longer the future—it’s the present, and India is leading the way. 

The Mystery of the Indian Ocean’s Gravity Hole—Solved!

For decades, a bizarre gravitational anomaly in the Indian Ocean puzzled scientists: a dip in sea level 106 meters lower than the global average. Now, Indian scientists have cracked the mystery—it’s the result of deep-seated mantle dynamics shaping the Earth from within. This discovery not only unravels a geological enigma but also enhances our understanding of the planet’s internal forces.

Champions Again! India Lifts the ICC Trophy

Cricket fans across the country erupted in joy as Team India clinched the Champions Trophy, adding another milestone to its legacy. PM Narendra Modi congratulated the Indian Cricket team, hailing their perseverance and skill. From the T20 World Cup win to this latest triumph, Indian cricket remains a force to be reckoned with.

India Rescues 300 Nationals from Cybercrime Syndicates

Nearly 300 Indian citizens, lured to Southeast Asia with fake job offers, found themselves trapped in cybercrime rings. The Indian government’s action secured their release, with diplomatic missions in Myanmar and Thailand playing a key role. This operation reinforces India’s commitment to protecting its people abroad. (Reuters)

Mubadala’s Sanad Eyes India’s Aerospace Market

UAE-based Mubadala’s Sanad, a leading name in aerospace engineering, has set its sights on India following a record revenue of Dh4.92 billion in 2024. This move showcases India’s growing prominence in global aviation and aerospace manufacturing.

Bessemer’s $350M Double Downs on India’s Startups

Global venture capital giant Bessemer Venture Partners is doubling down on India with a $350 million fund, aimed at SaaS, fintech, cybersecurity, and digital health startups. This reflects India’s surging startup ecosystem, attracting major global investors eager to tap into its innovation potential. 

India’s Toymakers Keep Heritage Alive
Amid a flood of mass-produced plastic toys, Indian artisans are keeping traditional wooden toymaking alive. This craft, passed down through generations, is seeing renewed interest. The government has stepped in with initiatives to turn India into a global hub for handcrafted toys, blending tradition with new-age markets. 

A Nation on the Move
India’s story this week is one of ambition, resilience, and global leadership. Whether it’s solving scientific mysteries, shaping the future of AI, expanding its aerospace footprint, or rescuing its citizens from international fraud rings, India is making waves across the world. The momentum is undeniable—and this is just the beginning.