ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଦୀର୍ଘତମ ରାଜପଥ ସୁଡଙ୍ଗ ଅଟଳ ଟନେଲକୁ ଆଜି (03.10.2020) ମନାଲିର ସାଉଥ ପୋଟାଲରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି 9.2 କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ମନାଲି ଓ ଲାହୋଲ-ସ୍ପିତି ଉପତ୍ୟକାକୁ ବର୍ଷ ସାରା ସଂଯୋଗ କରିବ । ପ୍ରବଳ ତୁଷାରପାତ ଯୋଗୁଁ ଏହି ଉପତ୍ୟକା ବର୍ଷକରେ ପ୍ରାୟ 6 ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିଲା । ହିମାଳୟର ପୀର ପଞ୍ଜାଲ ପର୍ବତମାଳାର ସମୁଦ୍ର ପତନଠାରୁ 10 ହଜାର ଫୁଟ ଉଚ୍ଚତାରେ ଏହି ଅତ୍ୟାଧୁନିକ ସୁଡଙ୍ଗ ପଥ ନିର୍ମାଣ କରାଯାଇଛି । ଏହି ସୁଡଙ୍ଗ ନିର୍ମାଣ ଫଳରେ ମନାଲିରୁ ଲେହ ମଧ୍ୟରେ ଦୂରତା 46 କିଲୋମିଟର ହ୍ରାସ ପାଇବା ସହ ଯାତ୍ରା ସମୟ 4 ରୁ 5 ଘଣ୍ଟା ହ୍ରାସ ପାଇବ । ଏହି ସୁଡଙ୍ଗରେ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ପଦ୍ଧତି ସହ ଭେଣ୍ଟିଲେସନ ଓ ଇଲେକ୍ଟ୍ରୋ ମେକାନିକାଲ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୁଡଙ୍ଗର ସାଉଥ ପୋଟାଲରୁ ନର୍ଥ ପୋଟାଲ ପର୍ଯ୍ୟନ୍ତ ବୁଲି ଦେଖିବା ସହ ମୁଖ୍ୟ ସୁଡଙ୍ଗର ଜରୁରୀକାଳିନ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ଅଟଳ ଟନେଲର ନିର୍ମାଣ ଶୈଳୀ ନେଇ ଆୟୋଜିତ ବିଭିନ୍ନ ଚିତ୍ର ସମ୍ବଳିତ ଏକ ପ୍ରଦର୍ଶନୀ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକ ଐତିହାସିକ ଦିବସ । ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସାକାର ହେବା ସହ ଯୁଗ ଯୁଗ ଧରି ପଡିରହିଥିବା ଏହି ଅଞ୍ଚଳର କୋଟି କୋଟି ଜନସାଧାରଣଙ୍କ ଆଶା ଆକାଂକ୍ଷା ମଧ୍ୟ ପୂରଣ ହୋଇଛି । ହିମାଚଳ ପ୍ରଦେଶ ଓ ନବଗଠିତ ଲେହ – ଲଦାଖ ଅଞ୍ଚଳ ମଧ୍ୟରେ ଏହି ଟନେଲ ଜୀବନରେଖା ସଦୃଶ କାର୍ଯ୍ୟ କରିବ । ଏଥିଯୋଗୁଁ ମନାଲି ଓ କେଲଙ୍ଗ ମଧ୍ୟରେ ଯାତାୟାତ ସମୟ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ ।
ସେ ଆହୁରି କହିଛନ୍ତି ଯେ, ଏହାଫଳରେ ଲେହ ଓ ଲଦାଖ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସବୁବେଳେ ଯୋଡି ହୋଇ ରହିବା ସହ ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବ । କୃଷକ, ଉଦ୍ୟାନବିତ, ଯୁବ ସମାଜ ମଧ୍ୟ ଏଥିଯୋଗୁଁ ରାଜଧାନୀ ଦିଲ୍ଲୀ ଓ ଅନ୍ୟାନ୍ୟ ବଜାର ସହ ସହଜରେ ସମ୍ପର୍କ ରକ୍ଷା କରିପାରିବେ । ଏହି ଅବସରରେ ଶ୍ରୀ ମୋଦୀ ପ୍ରକଳ୍ପକୁ ଚୁଡାନ୍ତ ରୂପ ଦେବା ପାଇଁ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ଯନ୍ତ୍ରୀ, ଉପଯନ୍ତ୍ରୀ ଓ ଶ୍ରମିକମାନଙ୍କ ଭୂୟଶୀ ପ୍ରଶଂସା କରିଥିଲେ । ଅଟଳ ଟନେଲ ବିଶ୍ଵସ୍ତରୀୟ ସୀମା ସଂଯୋଗ ଯୋଗୁଁ ଦେଶର ସୀମା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବ । ଆଗରୁ ଭିତ୍ତିଭୂମି ସହ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଯୋଜନା ପଡିରହି କୌଣସି ବିକାଶ ହେଉନଥିଲା ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଟଳ ଜୀ ଏହି ଟନେଲ ଆପ୍ରୋଚ ରୋଡର 2002ରେ ଶିଳାନ୍ୟାସ କରିଥିଲେ । ମାତ୍ର ଅଟଳ ଜୀଙ୍କ ସରକାର ପରେ ଏହାର କାର୍ଯ୍ୟ ଶୈଳୀ ଏତେ ବିଳମ୍ବିତ ହେଲା ଯେ, ଟନେଲର ମାତ୍ର 1300 ମିଟର ରାସ୍ତା 2013-14 ମଧ୍ୟରେ ତିଆରି ହୋଇପାରିଥିଲା ।
ଏଭଳି ଗତିରେ ଯଦି କାମ ଚାଲେ ତେବେ 2040 ବେଳକୁ ସୁଡଙ୍ଗ କାମ ସଂପୂର୍ଣ୍ଣ ହୋଇଥାନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ତା’ପରେ ସରକାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଲେ ଓ ବର୍ଷକୁ 1400 ମିଟର ଲେଖାଏଁ କାର୍ଯ୍ୟ ସଂପୂର୍ଣ୍ଣ କରାଗଲା । ପୂର୍ବ ଆକଳନ 26 ବର୍ଷ ପରିବର୍ତ୍ତେ ପ୍ରକଳ୍ପ କାର୍ଯ୍ୟ 6 ବର୍ଷ ମଧ୍ୟରେ ଶେଷ ହୋଇପାରିଲା ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଦେଶ ଯେତେବେଳେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଅଭିବୃଦ୍ଧି ଆବଶ୍ୟକ କରେ ସେତେବେଳେ ଭିତ୍ତିଭୂମି କ୍ଷେତ୍ରର ଦ୍ରୁତ ବିକାଶ ମଧ୍ୟ ଆବଶ୍ୟକ । ଦେଶର ପ୍ରଗତି ପାଇଁ ଅଦମ୍ୟ ରାଜନୈତିକ ସଦିଚ୍ଛା ଓ ଅଙ୍ଗୀକାରବଦ୍ଧତା ମଧ୍ୟ ଆବଶ୍ୟକ । ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ ଯୋଗୁଁ ଭିତ୍ତିଭୂମିର ବିକାଶ, ଆର୍ଥିକ କ୍ଷତି ସହିତ ଜନସାଧାରଣ ମଧ୍ୟ ଆର୍ଥିକ ଓ ସାମାଜିକ ସୁବିଧାରୁ ବଞ୍ଚିତ ହୋଇଥାନ୍ତି ବୋଲି ସେ କହିଥିଲେ ।
ଶ୍ରୀ ମୋଦୀ କହିଥିଲେ ଯେ, 2005ରେ ଏହି ଟନେଲ ବାବଦକୁ ଖର୍ଚ୍ଚ ଭାର 900 କୋଟି ଟଙ୍କା ଆକଳନ କରାଯାଇଥିଲା । ମାତ୍ର ନୀରବଚ୍ଛିନ୍ନ ବିଳମ୍ବ ଯୋଗୁଁ ଆଜି ଏହି ଖର୍ଚ୍ଚ ତିନିଗୁଣ ବୃଦ୍ଧି ପାଇ 3200 କୋଟି ଟଙ୍କା ହୋଇଛି ।
ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟଳ ଟନେଲ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ସେ କହିଥିଲେ । ବିଭିନ୍ନ କାରଣରୁ ଲଦାଖର ଗୁରୁତ୍ୱପୂର୍ଣ୍ଣ ଏୟାରଷ୍ଟ୍ରିପ ଦୌଲତବେଗ ଓଲଡି 40 – 45 ବର୍ଷ ପରେ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି । ସେ ଆହୁରି କହିଥିଲେ ଯେ, ଅଟଳ ଜୀଙ୍କ ସରକାର ସମୟରେ ବୋଗିବିଲ ସେତୁର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲେ ମଧ୍ୟ ଅହେତୁକ ବିଳମ୍ବ ଯୋଗୁଁ ତାହାର କାର୍ଯ୍ୟ ମଧ୍ୟ ପଡିରହିଲା । ଏହି ସେତୁ ଅରୁଣାଚଳ ଏବଂ ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ସଂଯୋଗର ଏକ ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହୋଇଥାଏ । 2014 ପରେ ଏହାର ନିର୍ମାଣ କାର୍ଯ୍ୟ ଆଶାତୀତ ବୃଦ୍ଧି ପାଇ 2 ବର୍ଷ ପୂର୍ବେ ଅଟଳ ଜୀଙ୍କ ଜନ୍ମ ଦିନ ଅବସରରେ ସେତୁ ଉଦଘାଟିତ ହେଲା ।
ସେ କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିଛି । ଗତ 6 ବର୍ଷ ମଧ୍ୟରେ ସଡକ ହେଉ ବା ସେତୁ ବା ସୁଡଙ୍ଗ, ସୀମା ଭିତ୍ତିଭୂମିର ଦ୍ରୁତ ବିକାଶ ଘଟିଛି । ଶ୍ରୀ ମୋଦୀ କହିଥିଲେ ଯେ, ଦେଶର ସୁରକ୍ଷା ବଳଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୱାନ ରାଙ୍କ ୱାନ ପେନସନ ଯୋଜନା, ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଆହରଣ, ଆଧୁନିକ ରାଇଫଲ, ବୁଲେଟ ପ୍ରୁଫ ଜାକେଟ ଓ ଅସହ୍ୟ ଥଣ୍ଡା ଜଳବାୟୁ ପାଇଁ ଉପକରଣ ଇତ୍ୟାଦି ଯାହାକି ପୂର୍ବ ସରକାର ଅଣଦେଖା କରିଥିଲେ, ତାକୁ ବର୍ତ୍ତମାନର ସରକାର ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିଛନ୍ତି । ପୂର୍ବ ସରକାରଗୁଡିକର ଏସବୁ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ନଥିଲା । ମାତ୍ର ଦେଶରେ ଆଜି ପରିସ୍ଥିତି ବଦଳିଛି ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଭଳି ସଂସ୍କାର ଯୋଗୁଁ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ନିର୍ମାଣ ସମ୍ଭବ ହୋଇଛି ଓ ଉତ୍ତମ ସମନ୍ଵୟ ରକ୍ଷା ପାଇଁ ସଂସ୍କାର ସ୍ୱରୂପ ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି କରାଯାଇଛି । ବିଶ୍ଵର ଅନ୍ୟାନ୍ୟ ଦେଶଭଳି ଭାରତରେ ମଧ୍ୟ ଏହାର ଭିତ୍ତିଭୂମି ସୁଦୃଢ କରିବା ସହ ଆର୍ଥିକ ଓ ଅନ୍ୟାନ୍ୟ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେବାକୁ ପଡିବ । ଅଟଳ ଟନେଲ ଆତ୍ମନିର୍ଭର ଭାରତର ଏକ ଜ୍ଵଳନ୍ତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।
आज सिर्फ अटल जी का ही सपना नहीं पूरा हुआ है,
— PMO India (@PMOIndia) October 3, 2020
आज हिमाचल प्रदेश के करोड़ों लोगों का भी दशकों पुराना इंतजार खत्म हुआ है: PM#AtalTunnel
इस टनल से मनाली और केलॉन्ग के बीच की दूरी 3-4 घंटे कम हो ही जाएगी।
— PMO India (@PMOIndia) October 3, 2020
पहाड़ के मेरे भाई-बहन समझ सकते हैं कि पहाड़ पर 3-4 घंटे की दूरी कम होने का मतलब क्या होता है: PM#AtalTunnel
हमेशा से यहां के इंफ्रास्ट्रक्चर को बेहतर बनाने की मांग उठती रही है।
— PMO India (@PMOIndia) October 3, 2020
लेकिन लंबे समय तक हमारे यहां बॉर्डर से जुड़े इंफ्रास्ट्रक्चर के प्रोजेक्ट या तो प्लानिंग की स्टेज से बाहर ही नहीं निकल पाए या जो निकले वो अटक गए, लटक गए, भटक गए: PM
साल 2002 में अटल जी ने इस टनल के लिए अप्रोच रोड का शिलान्यास किया था।
— PMO India (@PMOIndia) October 3, 2020
अटल जी की सरकार जाने के बाद, जैसे इस काम को भी भुला दिया गया।
हालात ये थी कि साल 2013-14 तक टनल के लिए सिर्फ 1300 मीटर का काम हो पाया था: PM#AtalTunnel
एक्सपर्ट बताते हैं कि जिस रफ्तार से 2014 में अटल टनल का काम हो रहा था,
— PMO India (@PMOIndia) October 3, 2020
अगर उसी रफ्तार से काम चला होता तो ये सुरंग साल 2040 में जाकर पूरा हो पाती।
आपकी आज जो उम्र है, उसमें 20 वर्ष और जोड़ लीजिए, तब जाकर लोगों के जीवन में ये दिन आता, उनका सपना पूरा होता: PM#AtalTunnel
जब विकास के पथ पर तेजी से आगे बढ़ना हो, जब देश के लोगों के विकास की प्रबल इच्छा हो, तो रफ्तार बढ़ानी ही पड़ती है।
— PMO India (@PMOIndia) October 3, 2020
अटल टनल के काम में भी 2014 के बाद, अभूतपूर्व तेजी लाई गई: PM#AtalTunnel
नतीजा ये हुआ कि जहां हर साल पहले 300 मीटर सुरंग बन रही थी, उसकी गति बढ़कर 1400 मीटर प्रति वर्ष हो गई।
— PMO India (@PMOIndia) October 3, 2020
सिर्फ 6 साल में हमने 26 साल का काम पूरा कर लिया: PM#AtalTunnel
अटल टनल की तरह ही अनेक महत्वपूर्ण प्रोजेक्ट्स के साथ ऐसा ही व्यवहार किया गया।
— PMO India (@PMOIndia) October 3, 2020
लद्दाख में दौलत बेग ओल्डी के रूप में सामरिक रूप से बहुत महत्वपूर्ण एयर स्ट्रिप 40-45 साल तक बंद रही।
क्या मजबूरी थी, क्या दबाव था, मैं इसके विस्तार में नहीं जाना चाहता: PM
अटल जी के साथ ही एक और पुल का नाम जुड़ा है- कोसी महासेतु का।
— PMO India (@PMOIndia) October 3, 2020
बिहार में कोसी महासेतु का शिलान्यास भी अटल जी ने ही किया था।
2014 में सरकार में आने के बाद कोसी महासेतु का काम भी हमने तेज करवाया।
कुछ दिन पहले ही कोसी महासेतु का भी लोकार्पण किया जा चुका है: PM
Border Infrastructure के विकास के लिए पूरी ताकत लगा दी गई है।
— PMO India (@PMOIndia) October 3, 2020
सड़क बनाने का काम हो, पुल बनाने का काम हो, सुरंग बनाने का काम हो, इतने बड़े स्तर पर देश में पहले कभी काम नहीं हुआ।
इसका बहुत बड़ा लाभ सामान्य जनों के साथ ही हमारे फौजी भाई-बहनों को भी हो रहा है: PM
हमारी सरकार के फैसले साक्षी हैं कि जो कहते हैं, वो करके दिखाते हैं।
— PMO India (@PMOIndia) October 3, 2020
देश हित से बड़ा, देश की रक्षा से बड़ा हमारे लिए और कुछ नहीं।
लेकिन देश ने लंबे समय तक वो दौर भी देखा है जब देश के रक्षा हितों के साथ समझौता किया गया: PM
देश में ही आधुनिक अस्त्र-शस्त्र बने, Make In India हथियार बनें, इसके लिए बड़े रिफॉर्म्स किए गए हैं।
— PMO India (@PMOIndia) October 3, 2020
लंबे इंतज़ार के बाद चीफ ऑफ डिफेंस स्टाफ अब हमारे सिस्टम का हिस्सा है।
देश की सेनाओं की आवश्यकताओं के अनुसार Procurement और Production दोनों में बेहतर समन्वय स्थापित हुआ है: PM