ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୦୨-୨୦୨୩) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବର୍ଷବ୍ୟାପୀ ଦୁଇଶହତମ ଜୟନ୍ତୀ ପାଳନ ଉଦଘାଟନ କରିଛନ୍ତି । ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।
ସେଠାରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ସିଧା ଆର୍ଯ୍ୟ ସମାଜ ପକ୍ଷରୁ ଆୟୋଜିତ ଉତ୍ସବ ସ୍ଥଳକୁ ଯାଇ ଆରାଧନା ସ୍ଥଳୀରେ ଆହୁତି ଅର୍ପଣ କରିଥିଲେ । ମହର୍ଷି ଭାରତ ତଥା ବିଶ୍ୱକୁ ଦେଇଥିବା ବାର୍ତ୍ତାର ଅବଗତ କରାଇବା ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ଆୟୋଜକ ପ୍ରତିନିଧିମାନଙ୍କୁ ଏକ ଏଲଇଡି ମଶାଲ ମଧ୍ୟ ହସ୍ତାନ୍ତର କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ବାର୍ଷିକୀକୁ ଐତିହାସିକ ବୋଲି କହିବା ସହ ଏହି ସମାରୋହ ସମଗ୍ର ବିଶ୍ୱକୁ ଉତ୍ସାହିତ କରିବ ବୋଲି ଆଶା ପ୍ରକଟ କରିଥିଲେ । ମହର୍ଷି ଦୟାନନ୍ଦଙ୍କ ଆଦର୍ଶ ବିଶ୍ୱକୁ ଏକ ଉନ୍ନତ ସ୍ଥାନ କରିବା ଉଦ୍ଦିଷ୍ଟ ଥିଲା ଓ କଳି, ହିଂସା ଏବଂ ଅସ୍ଥିରତା କାଳରେ ମହର୍ଷି ଦୟାନନ୍ଦଙ୍କ ପ୍ରବର୍ତ୍ତିତ ମାର୍ଗ ସଠିକ ଦିଗଦର୍ଶନ ଦେବ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶୁଭ ଅବସର ଦୁଇବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ ଓ ସରକାର ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦୁଇଶହତମ ଜନ୍ମବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାନବତାର ନିରବଚ୍ଛିନ୍ନ କଲ୍ୟାଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେଠାରେ ଚାଲିଥିବା ଯାଗରେ ଆହୁତି ଅର୍ପଣ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ସ୍ୱାମିଜୀ ଜନ୍ମ ହୋଇଥିବା ମାଟିକୁ ଭାଗ୍ୟବାନ କହି ସେ ମହର୍ଷି ଦୟାନନ୍ଦ ତାଙ୍କ ଜୀବନରେ ଥିବା ଆଦର୍ଶ ସମସ୍ତଙ୍କ ଆକର୍ଷିତ କରିଥିଲା ବୋଲି କହିଥିଲେ ।
ଦୟାନନ୍ଦ ସରସ୍ୱତୀ ଜନ୍ମବେଳେ ଭାରତର ଅବସ୍ଥା ଉପରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶହ ଶହ ବର୍ଷର ଦାସତ୍ୱ ଯୋଗୁ ଦେଶ ଦୁର୍ବଳ ହୋଇଥିବା ସହ ଏହାର ଆତ୍ମବିଶ୍ୱାସ ମଧ୍ୟ ହରାଇଥିଲା । ସେତେବେଳେ ଭାରତରେ ଆଦର୍ଶ ଓ ସଂସ୍କୃତିକୁ ସମୂଳେ ଧ୍ୱଂସ କରିବାକୁ ଅନେକ ଉଦ୍ୟମ ହୋଇଥିଲା । ଦେଶର ପରମ୍ପରା ଓ ଶାସ୍ତ୍ରରେ କୌଣସି କମ୍ ଥିବା କଥାକୁ ସ୍ୱାମୀଜୀ ଅଗ୍ରାହ୍ୟ କରିଥିବା ସହ ଏହାର ପ୍ରକୃତ ଅର୍ଥ ଭୁଲିଯାଇଛନ୍ତି ବୋଲି ଯୁକ୍ତି ବାଢ଼ିଥିଲେ । ଭାରତକୁ ଖଣ୍ଡ ଖଣ୍ଡ କରିବା ପାଇଁ ବେଦର ଯେପରି ମିଥ୍ୟା ବ୍ୟାଖ୍ୟା କରାଯାଉଥିଲା ତଥା ପରମ୍ପରାକୁ କଳୁଷିତ କରିବାକୁ ଯେଉଁ ଉଦ୍ୟମ ହୋଇଥିଲା ମହର୍ଷି ଦୟାନନ୍ଦ ହିଁ ଏହାର ରକ୍ଷାକର୍ତ୍ତା ସାଜିଥିଲେ । “ମହର୍ଷିଜୀ ଭେଦଭାବ ଓ ଅସ୍ପୃଶ୍ୟତା ଭଳି ସାମାଜିକ କୁସଂସ୍କାର ବିରୁଦ୍ଧରେ ଏକ ମଜବୁତ ଅଭିଯାନ ଚଳାଇଥିଲେ ।” ଧର୍ମ ନାମରେ ଯେଉଁ ମନ୍ଦ ଅପପ୍ରଚାର ହୋଇଥିବା ସ୍ୱାମୀଜୀ ସେହି ଧର୍ମର ଆଲୋକପାତ କରି ତାକୁ ଦୂର କରିଥିଲେ । ମହାତ୍ମା ଗାନ୍ଧୀ ମଧ୍ୟ ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱାମୀଜୀଙ୍କ ସଂଗ୍ରାମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କହିଥିବା ପ୍ରଧାମନ୍ତ୍ରୀ କହିଥିଲେ ।
ସମାଜରେ ମହିଳାଙ୍କୁ ନେଇ ଗଢ଼ି ଉଠିଥିବା ମନଗଢ଼ା କାହାଣୀଗୁଡ଼ିକୁ ମହର୍ଷି ଦୟାନନ୍ଦ ପ୍ରବଳ ଯୁକ୍ତ ଉପସ୍ଥାପନା କରିବାରେ ଅଗ୍ରଣୀ ହୋଇ ବାହାରିଥିଲେ । ମହର୍ଷି ଦୟାନନ୍ଦ ମହିଳାଙ୍କ ବାଛବିଚାର ନେଇ ଦୃଢ଼ ପ୍ରତିବାଦ କରିବା ସହ ସେମାନଙ୍କୁ ଶିକ୍ଷିତ କରିବା ପାଇଁ ଅଭିଯାନ ପ୍ରାୟ ଦେଢ଼ଶହ ବର୍ଷ ଆଗରୁ ଚଳାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆଜିର ଦିନରେ ଓ ଯୁଗରେ ମଧ୍ୟ ସମାଜରୁ କେତେକ ସ୍ଥାନରେ ମହିଳାଙ୍କୁ ଶିକ୍ଷା ଅଗ୍ରାଧିକାର ଓ ସମ୍ମାନରୁ ବଞ୍ଚôତ କରାଯାଇଥିବା ବେଳେ ମହର୍ଷି ଦୟାନନ୍ଦ ସେତେବେଳେ ମହିଳାଙ୍କ ସମାନ ଅଧିକାର ନେଇ ସ୍ୱର ଉତ୍ତୋଳନ କରିଥିଲେ । କେବଳ ତାହା ବାସ୍ତବତା ଠାରୁ ଦୂରରେ ନ ଥିଲା ବରଂ ପାଶ୍ଚାତ୍ୟ ଦେଶଗୁଡ଼ିକରେ ତାହା ଅନୁସରଣ ହେଉ ନ ଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ମହର୍ଷିଜୀଙ୍କ ଅସାଧାରଣ କର୍ତ୍ତବ୍ୟ ନିଷ୍ଠା ଓ ଉଦ୍ୟମ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ । ତାଙ୍କ ପ୍ରତି ଆର୍ଯ୍ୟ ସମାଜ ଗଠନର ୧୫୦ ବର୍ଷ ଓ ଜନ୍ମର ଦୁଇଶହ ବର୍ଷ ପରେ ମଧ୍ୟ ଜନସାଧାରଣଙ୍କ ସମର୍ଥନ ତାଙ୍କର ଦେଶ ପ୍ରତି କର୍ତ୍ତବ୍ୟ କିପରି ମହାନ ଥିଲା ତାହା ଦର୍ଶାଇଥାଏ । “ଅମୃତ କାଳରେ ତାଙ୍କର ଦୁଇବର୍ଷର ଜନ୍ମ ବାର୍ଷିକୀ ଏକ ପବିତ୍ର ଉତ୍ସାହ ଭାବେ ଆସିଛି” ବୋଲି ସେ କହିଥିଲେ ।
ଦେଶ ସ୍ୱାମୀଜୀଙ୍କ ସଂଦେଶମାନ ଗଭୀର ଆତ୍ମବିଶ୍ୱାସ ସହ ଅନୁସରଣ କରୁଛି । ସ୍ୱାମୀଜୀଙ୍କ ଆହ୍ୱାନ “ବେଦକୁ ଫେରିଚାଲ”କୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଦେଶ ଗଭୀର ଆତ୍ମବିଶ୍ୱାସର ସହ ଆମ ଐତିହ୍ୟକୁ ନେଇ ଗର୍ବ କରୁଛି” ଓ ଦେଶର ଜନସାଧାରଣ ଆଧୁନିକତାକୁ ଆପଣାଇଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଧର୍ମର ପ୍ରସାରମୂଳକ ମନୋଭାବକୁ ନେଇ ଭାରତରେ ଏହା କେବଳ ରୀତିନୀତି ମଧ୍ୟରେ ସୀମାବଦ୍ଧ ନ ରହି ଏହା ଜୀବନଧାରା ପାଲଟିଛି ବୋଲି କହିଥିଲେ । ଆମ ପାଇଁ ଧର୍ମର ପ୍ରଥମ ବ୍ୟାଖ୍ୟା ହେଉଛି କର୍ତ୍ତବ୍ୟ ବୋଲି ସେ କହିଥିଲେ । ସ୍ୱାମୀଜୀ ଏକ ସାମଗ୍ରିକ ଓ ସମନ୍ୱିତ ମନୋଭାବରେ ଦାୟିତ୍ୱ ଓ ନେତୃତ୍ୱ ଦେଶର ହିତ ଦୃଷ୍ଟିରୁ ନେଇଥିଲେ। ଭାରତୀୟ ଜନଜୀବନରେ ମୁନିଋଷିମାନେ ଦର୍ଶନ, ଯୋଗ, ଗଣିତ, ନୀତି, କୂଟନୀତି, ବିଜ୍ଞାନ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବିରାଟ ଭୂମିକା ନେଇଥିଲେ । ସ୍ୱାମୀଜୀ ପ୍ରାଚୀନ ପ୍ରଥାର ପୁନର୍ବିନ୍ୟାସ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହର୍ଷି ଦୟାନନ୍ଦଙ୍କ ଶିକ୍ଷା ଉପରେ ଆଲୋକପାତ କରି ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ସଂଗଠନ ପ୍ରତିଷ୍ଠା କରିଥିବା ଶ୍ରୀ ମୋଦୀ କହିଥିଲେ । ମହର୍ଷି ଯଦିଓ ତାଙ୍କ ବୈପ୍ଳବିକ ଆଦର୍ଶ ଜୀବନ ଅତିବାହିତ କରୁଥିଲେ ତଥାପି ସେ ତାଙ୍କର ନୀତି ଆଦର୍ଶଗୁଡ଼ିକ ବିଭିନ୍ନ ସଂଗଠନ ଜରିଆରେ ଜନକଲ୍ୟାଣ କାର୍ଯ୍ୟରେ ଯୁଗ ଯୁଗ ଧରି ଲଗାଇ ପାରିଥିଲେ । ପରୋପକାରୀ ଗୁଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହର୍ଷି ନିଜେ ବୈଦିକ ପରମ୍ପରା ପ୍ରସାର ନିମନ୍ତେ ଏହାକୁ ଗଢ଼ିଥିଲେ ଓ ଆଜି ମଧ୍ୟ ସେ ସଂଗଠନ ଗୁରୁକୁଳ ଓ ପ୍ରକାଶନ ଜରିଆରେ ବୈଦିକ ପରମ୍ପରାରର ପ୍ରସାର କରୁଛି । ସେ ମଧ୍ୟ କୁରୁକ୍ଷେତ୍ର ଗୁରୁକୁଳ, ସ୍ୱାମୀ ଶ୍ରଦ୍ଧାନନ୍ଦ ଟ୍ରଷ୍ଟ ଓ ମହର୍ଷି ଦୟାନନ୍ଦ ଟ୍ରଷ୍ଟର ଉଦାହରଣ ଦେଇ ସେସବୁ ସଂଗଠନ କିପରି ଅନେକ ଯୁବକଯୁବତୀଙ୍କ ଜୀବନାଦର୍ଶରେ ପରିବର୍ତ୍ତନ ଆଣିଛି ବୋଲି କହିଥିଲେ । ସମାଜ ସେବା ଓ ଉଦ୍ଧାର କାର୍ଯ୍ୟରେ ଜୀବନ ପ୍ରଭାତ ଟ୍ରଷ୍ଟ ଦ୍ୱାରା ୨୦୦୧ ଗୁଜରାଟ ଭୂମିକମ୍ପ ବେଳେ ସଂଗଠନର କାର୍ଯ୍ୟ ମହର୍ଷିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲା ।
ଦେଶ ଆଜି ବାଛବିଚାରବିହୀନ ନୀତି ଓ ଉଦ୍ୟମ ଦ୍ୱାରା ପ୍ରଗତି ହାସଲ କରୁଛି ଓ ତାହା ମଧ୍ୟ ଦିନେ ସ୍ୱାମୀଜୀଙ୍କ ପ୍ରାଥମିକତା ରହିଥିଲା । “ଗରୀବ, ଅନଗ୍ରସର ଓ ଅବହେଳିତଙ୍କ ସେବା ଆଜିର ଦେଶ ପାଇଁ ପ୍ରଥମ ଯାଗ ।” ଏହି ପରିପ୍ରେକ୍ଷୀରେ ଆବାସ, ଚିକତ୍ସା ସୁବିଧା ଓ ମହିଳା ସଶକ୍ତୀକରଣର ଉଦାହରଣ ଦେଇଥିଲେ । ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦର୍ଶିତ ଭାରତୀୟତାର ମାର୍ଗ ଉପରେ ଆଧୁନିକ ଶିକ୍ଷା ପ୍ରବର୍ତ୍ତନକାରୀ ନୂତନ ଶିକ୍ଷା ନୀତିରେ ନିହିତ ଅଛି ।
ପ୍ରଧାନମନ୍ତ୍ରୀ ସ୍ୱାମୀଜୀଙ୍କ ବୁଝିବା ବ୍ୟକ୍ତିର ସଂଜ୍ଞା ଉପରେ ସ୍ମୃତିଚାରଣ କରି କହିଥିଲେ ଯେ ଜଣେ ବ୍ୟକ୍ତି ଯାହା ନେଇଥାଏ, ତା’ଠାରୁ ଅଧିକ ଦେଇଥାଏ, ସେ ହେଉଛି ବୁଝିବା ଲୋକ । ପରିବେଶ ସମେତ ଅନେକ କ୍ଷେତ୍ରରେ ଏହାର ତାତ୍ପର୍ଯ୍ୟ ରହିଛି । ସ୍ୱାମୀଜୀ ବେଦର ଏହି ଜ୍ଞାନକୁ ଗଭୀର ଭାବେ ଅନୁଧ୍ୟାନ କରିଥିଲେ । “ମହର୍ଷି ଥିଲେ ବେଦର ବିଦ୍ୟାର୍ଥୀ ଓ ଜ୍ଞାନ ମାର୍ଗର ଋଷି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ବିଶ୍ୱରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମିଶନ ଲାଇଫର ଉଦାହରଣ ଦେଇ ପରିବେଶକୁ ଜି-୨୦ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଖାଯାଇଛି ବୋଲି କହିଥିଲେ । ପ୍ରାଚୀନ ପ୍ରଜ୍ଞାବଳରେ ଆର୍ଯ୍ୟ ସମାଜ ଏହି ଆଧୁନିକ ଆଦର୍ଶ ପ୍ରସାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପ୍ରାକୃତିକ କୃଷି ଓ ଶ୍ରୀ ଅନ୍ନ ଉପରେ ଧ୍ୟାନ ଦେବାକୁ କହିଥିଲେ ।
ମହର୍ଷିଙ୍କ ବ୍ୟକ୍ତିତ୍ୱରୁ ଅନେକ କିଛି ଶିଖିବାର ଅଛି କହି ପ୍ରଧାନମନ୍ତ୍ରୀ ଏକ କାହାଣୀ ବର୍ଣ୍ଣନା କରିଥିଲେ । ଥରେ ଜଣେ ଇଂରେଜ ସାହେବ ମହର୍ଷିଙ୍କୁ ଭେଟିବାକୁ ଆସି ତାଙ୍କୁ ଭାରତରେ ଇଂରେଜ ଶାସନର ନିରବଚ୍ଛିନ୍ନତା ଉପରେ ପ୍ରାର୍ଥନା କରିବାକୁ କହିଛନ୍ତି, ମହର୍ଷି ତାଙ୍କୁ “ସ୍ୱାଧୀନତା ମୋର ଆତ୍ମା ଓ ଭାରତର ସ୍ୱର” ବୋଲି ନିର୍ଭୀକ ଭାବେ କହିଥିଲେ । ଅନେକ ଉତୁଙ୍ଗ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରତିଷ୍ଠାନ ନିର୍ମାର ଓ ଦେଶପ୍ରେମୀ ସ୍ୱାମୀଜୀଙ୍କ ଠାରୁ ପ୍ରେରଣା ପାଇଥିଲେ । ସେ ଲୋକମାନ୍ୟ ତିଳକ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ବୀର ସଭରକର, ଲାଲା ଲାଜପତ ରାୟ, ଲାଲା ହରଦୟାଲ, ଚନ୍ଦ୍ରଶେଖର ଆଜାଦ, ରାମ ପ୍ରସାଦ ବିସମିଲ ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦାହରଣ ଦେଇଥିଲେ । ସେ ମଧ୍ୟ ମହାତ୍ମା, ହସଂରାଜ, ସ୍ୱାମୀ ଶ୍ରଦ୍ଧାନନ୍ଦ ଜୀ, ଗୁରୁ ପରମାନନ୍ଦ ଜୀଙ୍କ ଭଳି ଅନେକ ଯେଉଁମାନେ ସ୍ୱାମୀଜୀଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇଥିଲେ ସେମାନଙ୍କ ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆର୍ଯ୍ୟ ସମାଜ ସ୍ୱାମୀଜୀଙ୍କ ବାଣୀର ପ୍ରଚାର କରିଛି ଓ ଦେଶ ପ୍ରତ୍ୟକ ଆର୍ଯ୍ୟ ବୀରଙ୍କ ନିକଟରୁ ଅନେକ କିଛି ଆଶା କରି ଆସନ୍ତା ବର୍ଷ ଆର୍ଯ୍ୟ ସମାଜ ଏହାର ୧୫୦ତମ ବାର୍ଷିକୀ ପାଳନ କରିବ । ବିରାଟ ଯୋଜନା ଓ ନିଖୁଣ ପରିଚାଳନା ଯୋଗୁ ଏହି ସ୍ମରଣୀୟ ଦିବସ ପାଳନ କରିଥିବାରୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । “ଅମୃତ କାଳରେ ଆମେ ସମସ୍ତେ ମହର୍ଷି ଦୟାନନ୍ଦ ଜୀଙ୍କ ପ୍ରେରଣାରେ ଉଦବୁଦ୍ଧ ହେବା” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।
ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି କିଶନ ରେଡୀ, କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭା ସଭାପତି ଶ୍ରୀ ଧରମପାଲ ଆର୍ଯ୍ୟ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭା ମହାମନ୍ତ୍ରୀ ଶ୍ରୀ ବିନୟ ଆର୍ଯ୍ୟ ଓ ସର୍ବଦେଶିକ ଆର୍ଯ୍ୟ ପ୍ରତିନିଧି ସଭା ସଭାପତି ଶ୍ରୀ ସୁଶେ ଚନ୍ଦ୍ର ଆର୍ଯ୍ୟ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ସ୍ୱାମୀଜୀଙ୍କ ବୁଝିବା ବ୍ୟକ୍ତିର ସଂଜ୍ଞା ଉପରେ ସ୍ମୃତିଚାରଣ କରି କହିଥିଲେ ଯେ ଜଣେ ବ୍ୟକ୍ତି ଯାହା ନେଇଥାଏ, ତା’ଠାରୁ ଅଧିକ ଦେଇଥାଏ, ସେ ହେଉଛି ବୁଝିବା ଲୋକ । ପରିବେଶ ସମେତ ଅନେକ କ୍ଷେତ୍ରରେ ଏହାର ତାତ୍ପର୍ଯ୍ୟ ରହିଛି । ସ୍ୱାମୀଜୀ ବେଦର ଏହି ଜ୍ଞାନକୁ ଗଭୀର ଭାବେ ଅନୁଧ୍ୟାନ କରିଥିଲେ । “ମହର୍ଷି ଥିଲେ ବେଦର ବିଦ୍ୟାର୍ଥୀ ଓ ଜ୍ଞାନ ମାର୍ଗର ଋଷି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ବିଶ୍ୱରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମିଶନ ଲାଇଫର ଉଦାହରଣ ଦେଇ ପରିବେଶକୁ ଜି-୨୦ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଖାଯାଇଛି ବୋଲି କହିଥିଲେ । ପ୍ରାଚୀନ ପ୍ରଜ୍ଞାବଳରେ ଆର୍ଯ୍ୟ ସମାଜ ଏହି ଆଧୁନିକ ଆଦର୍ଶ ପ୍ରସାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପ୍ରାକୃତିକ କୃଷି ଓ ଶ୍ରୀ ଅନ୍ନ ଉପରେ ଧ୍ୟାନ ଦେବାକୁ କହିଥିଲେ ।
ପୃଷ୍ଠଭୂମି:
୧୯୨୪ ଫେବ୍ରୁଆରୀ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜଣେ ସମାଜ ସଂସ୍କାରକ ଭାବେ ୧୮୭୫ରେ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ସେତେବେଳେ ସମାଜରେ ଥିବା ଅସମାନତା ଦୂର କରିବା ଉଦେଶ୍ୟରେ ଗଠିତ ଏହି ସମାଜ ଦେଶର ସାମାଜିକ ଓ ସାଂସ୍କୃତିକ ଜାଗରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ସର୍ବଭାରତୀୟ ସ୍ତରରେ ବିଶିଷ୍ଟ ସଂସ୍କାରକ ଓ ମହାନ ବ୍ୟକ୍ତିତ୍ୱ ଯେଉଁମାନେ ଲୋକମାନଙ୍କ ମଧ୍ୟରେ ବିଶେଷ ପରିଚିତି ଲାଭ କରିନାହାନ୍ତି ସେମାନଙ୍କ ଜୟନ୍ତୀ ପାଳନ ନିମନ୍ତେ ସରକାର ଅଙ୍ଗୀକାରବଦ୍ଧ । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବେ ଘୋଷଣା କରିବା ଠାରୁ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ବାର୍ଷିକୀ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏ ଦିଗରେ ନେତୃତ୍ୱ ନେଉଛନ୍ତି ।
महर्षि दयानंद सरस्वती जी का दिखाया मार्ग करोड़ों लोगों में आशा का संचार करता है। pic.twitter.com/BpLHb0A2Ik
— PMO India (@PMOIndia) February 12, 2023
महर्षि दयानन्द जी ने आगे आकर वेदों के बोध को समाज में पुनर्जीवित किया। pic.twitter.com/rFuMEzois3
— PMO India (@PMOIndia) February 12, 2023
महिलाओं को लेकर भी समाज में जो रूढ़ियाँ पनप गईं थीं, महर्षि दयानन्द जी उनके खिलाफ भी एक तार्किक और प्रभावी आवाज़ बनकर उभरे। pic.twitter.com/gKKBYcnCAj
— PMO India (@PMOIndia) February 12, 2023
आज देश पूरे गर्व के साथ ‘अपनी विरासत पर गर्व’ का आवाहन कर रहा है। pic.twitter.com/BdKXqYdST0
— PMO India (@PMOIndia) February 12, 2023
जो गरीब है, जो पिछड़ा और वंचित है, उसकी सेवा आज देश के लिए सबसे पहला यज्ञ है। pic.twitter.com/AWEHh1EuQP
— PMO India (@PMOIndia) February 12, 2023