ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜାତୀୟ ଦିବସ ଅବସରରେ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍ ସର୍ବୋଚ୍ଚ ନାଗରିକ ପୁରସ୍କାର ଅର୍ଡ଼ର ଅଫ୍ ଡ୍ରକ୍ ଗ୍ୟାଲପୋ ପ୍ରଦାନ କରିଛନ୍ତି । ଏହି ଉଷ୍ମ ସମ୍ବର୍ଦ୍ଧନା ପାଇଁ ଭୁଟାନର ରାଜାଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି ।
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ ଜରିଆରେ କହିଛନ୍ତି;
“ଧନ୍ୟବାଦ, ଭୁଟାନର ପ୍ରଧାମନ୍ତ୍ରୀ ଲିୟୋଛେନ୍! ମୁଁ ଏହି ଉଷ୍ମ ସମ୍ବର୍ଦ୍ଧନା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଭୁଟାନର ମହାମହିମ ରାଜାଙ୍କୁ ମୋର କୃତଜ୍ଞତା ଜଣାଉଛି ।
ଆମ ଭୁଟାନର ଭାଇ ଓ ଭଉଣୀମାନଙ୍କଠାରୁ ମୁଁ ଅତ୍ୟଧିକ ପ୍ରେମ ଏବଂ ସ୍ନେହ ଗ୍ରହଣ କରିବାର ସୌଭାଗ୍ୟ ପାଇଛି, ଏବଂ ଭୁଟାନର ଜାତୀୟ ଦିବସର ଶୁଭ ଅବସରରେ ମୋର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସୁଯୋଗ ପାଇଛି ।
ସ୍ଥାୟୀ ବିକାଶର ଅନନ୍ୟ ମଡେଲ ଏବଂ ଜୀବନର ଗଭୀର ଆଧ୍ୟାତ୍ମିକ ମାର୍ଗ ପାଇଁ ମୁଁ ଭୁଟାନକୁ ପ୍ରଶଂସା କରେ । ଡ୍ରକ୍ ଗ୍ୟାଲପୋର ଉତ୍ତରାଧିକାରୀ - ସେମାନଙ୍କର ମହାମହିମ ରାଜା - ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ଏବଂ ପଡୋଶୀ ବନ୍ଧୁତ୍ୱର ସ୍ୱତନ୍ତ୍ର ବନ୍ଧନକୁ ଆମ ଦେଶମାନେ ପାଳନ କରିଛନ୍ତି ।
ଭାରତ ଭୁଟାନକୁ ନିଜର ନିକଟତମ ବନ୍ଧୁ ତଥା ପଡ଼ୋଶୀ ଦେଶ ଭାବରେ ସର୍ବଦା ସମ୍ମାନିତ କରିବ ଏବଂ ଆମେ ଭୁଟାନର ବିକାଶ ଯାତ୍ରାକୁ ସବୁ ପ୍ରକାରେ ସମର୍ଥନ କରିବୁ ।“
Thank you, Lyonchhen @PMBhutan! I am deeply touched by this warm gesture, and express my grateful thanks to His Majesty the King of Bhutan. https://t.co/uVWC4FiZYT
— Narendra Modi (@narendramodi) December 17, 2021