ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁସଲିମ୍ ୱାର୍ଲଡ୍ ଲିଗର ମହାସଚିବ ଶେଖ୍ ଡ. ମହମ୍ମଦ ବିନ୍ ଅବଦୁଲ୍ କରିମ୍ ଅଲ୍-ଇସା ଙ୍କ ସହିତ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିର ପ୍ରୋତ୍ସାହନ ତଥା ଭାରତ ଓ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି।
ମହାମହିମ ଶେଖ୍ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ଦ୍ବାରା ବୈଠକ ବିଷୟରେ କରାଯାଇଥିବା ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି :
‘‘ମୁସଲିମ୍ ବୋର୍ଡ଼ ଲିଗ ର ମହାସଚିବ ଏବଂ ମୁସଲିମ ବିଦ୍ବାନଙ୍କ ସଙ୍ଗଠନର ଅଧ୍ୟକ୍ଷ ମହାମହିମ ଶେଖ୍ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ସହିତ ସାକ୍ଷାତ କରି ବହୁତ ପ୍ରସନ୍ନତା ହୋଇଛି। ଆମେ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିକୁ ପ୍ରୋତ୍ସାହନ ତଥା ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ବିଚାର ଉପରେ ବ୍ୟାପକ ଆଦାନ ପ୍ରଦାନ କରିଛୁ।’’
Pleased to have met H.E. Sheikh @MhmdAlissa, Secretary General of @MWLOrg and Chairman of the Organisation of Muslim Scholars. We had a great exchange of views on furthering inter-faith dialogue, countering extremist ideologies, promoting global peace, and deepening partnership… https://t.co/yenOiez6Vt
— Narendra Modi (@narendramodi) July 12, 2023