ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ଜର୍ଜଟାଉନ୍ ସ୍ଥିତ ଷ୍ଟେଟ୍ ହାଉସ୍ରେ ଡକ୍ଟର ମହମ୍ମଦ ଇରଫାନ୍ ଅଲିଙ୍କୁ ସାକ୍ଷାତ କରିଥିଲେ । ଷ୍ଟେଟ୍ ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଅଲି ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ ।
ଦୁଇ ନେତାଙ୍କ ମଧ୍ୟରେ ଏକ ସୀମିତ ବୈଠକ ପରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା । ଭାରତ ଏବଂ ଗୁୟାନା ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ଫାର୍ମା, ପାରମ୍ପରିକ ଔଷଧ, ଖାଦ୍ୟ ନିରାପତ୍ତା, ଭିତ୍ତିଭୂମି ବିକାଶ, ଡିଜିଟାଲ୍ ଜନସାଧାରଣ ଭିତ୍ତିଭୂମି, ଦକ୍ଷତା ବିକାଶ, ସଂସ୍କୃତି ଏବଂ ଲୋକ ସମ୍ପର୍କ ସମେତ ଭାରତ ଓ ଗୁୟାନା ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ । ଶକ୍ତି କ୍ଷେତ୍ରରେ ଚାଲିଥିବା ସହଯୋଗକୁ ଅନୁଧ୍ୟାନ କରି ଦୁଇ ନେତା ସୂଚାଇ ଦେଇଛନ୍ତି ଯେ, ହାଇଡ୍ରୋକାର୍ବନରେ ଭାଗିଦାରୀ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି । ବିକାଶ ସହଯୋଗ ଭାରତ-ଗୁୟାନା ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ଅଟେ । ଗୁୟାନାର ବିକାଶ ଆକାଂକ୍ଷା ପୂରଣ କରିବା ପାଇଁ ଭାରତ ନିରନ୍ତର ସମର୍ଥନ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।
ଉଭୟ ନେତା ପାରସ୍ପରିକ ଆବଶ୍ୟକତାର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦୁଇ ନେତା ଅଧିକ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି । ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଅଲିଙ୍କୁ ଧନ୍ୟବାଦ ଜଣାଇଥିଲେ । ଗ୍ଲୋବାଲ୍ ଦକ୍ଷିଣ ଦେଶ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ଦୁଇ ନେତା ମିଳିତ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ ।
ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ନିୟମିତ ବ୍ୟବଧାନରେ ଉଚ୍ଚ ସ୍ତରୀୟ ବୈଠକ କରିବାକୁ ରାଜି ହୋଇଥିଲେ । ଏହି ଗସ୍ତ ସମୟରେ ୧୦ଟି ବୁଝାମଣାଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାପତ୍ରର ତାଲିକା ଏଠାରେ ଦେଖିପାରିବେ ।
Had an excellent meeting with Dr. Mohamed Irfaan Ali, President of Guyana. The President himself enjoys a strong bond with India. In our talks, we reviewed the developmental cooperation between our nations. This includes cooperation in sectors like skill development, capacity… pic.twitter.com/vb3NhUvQSU
— Narendra Modi (@narendramodi) November 20, 2024
India will always be a trusted partner for Guyana in sectors like infrastructure, shipping, technology and more. Guyana’s support for initiatives like the International Solar Alliance, CDRI and Global Biofuels Alliance are noteworthy.
— Narendra Modi (@narendramodi) November 20, 2024