ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
“ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ । ଏହି ବିଲ ସାମାଜିକ ସଶକ୍ତିକରଣକୁ ଆଗେଇ ନେବ । ପଛୁଆ ବର୍ଗଙ୍କୁ ସମ୍ମାନ, ସୁଯୋଗ ଓ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଏଥିରେ ପ୍ରତିଫଳିତ ହେଉଛି ।”
Passage of the Constitution (127th Amendment) Bill, 2021 in both Houses is a landmark moment for our nation. This Bill furthers social empowerment. It also reflects our Government’s commitment to ensuring dignity, opportunity and justice to the marginalised sections.
— Narendra Modi (@narendramodi) August 11, 2021