୧,୪୪,୦୦୦ କେଜି ଭଳି ବିପୁଳ ପରିମାଣର ଡ୍ରଗ୍ସ ନଷ୍ଟ କରି ଭାରତ ହାସଲ କରିଥିବା ଐତିହାସିକ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଟୁଇଟ୍ କରି କହିଥିଲେ ଯେ, ଭାରତ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧ ନିୟୁତରୁ ଅଧିକ ଡ୍ରଗ୍ସ ନଷ୍ଟ କରି ଚମତ୍କାର ରେକର୍ଡ ହାସଲ କରିବାରେ ସଫଳ ହୋଇଛି ।
ଡ୍ରଗ୍ସ କାରବାର ଏବଂ ଜାତୀୟ ସୁରକ୍ଷା ଉପରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରେ ଏହି ଉଲ୍ଲେଖନୀୟ ଉପଲବ୍ଧି କଥା ଆଲୋଚନା ହୋଇଥିଲା । ଏହା ଡ୍ରଗ୍ସ ମୁକ୍ତ ଭାରତ ନିର୍ମାଣରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପ୍ରତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦୃଢ଼ ଏବଂ ନିରନ୍ତର ଉଦ୍ୟମର ଉଦାହରଣ ।
ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ବହୁତ ଭଲ! ଭାରତକୁ ଡ୍ରଗ୍ସ ବିପଦରୁ ମୁକ୍ତ କରିବା ପାଇଁ ଆମ ଉଦ୍ୟମକୁ ଏହା ଶକ୍ତି ଯୋଗାଇଥାଏ’ ।
Great! Adds strength to our efforts to make India free from the drugs menace. https://t.co/JT77u8aOqT
— Narendra Modi (@narendramodi) July 17, 2023