ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓପନ ଏକରେଜ ଲାଇସେନ୍ସିଂ ନୀତି ବ୍ୟବସ୍ଥା ଅନ୍ତର୍ଗତ ଓଡିଶାର ମହାନଦୀ ତଟବର୍ତ୍ତୀ ବେସିନରେ ପ୍ରଥମ ଅନୁସନ୍ଧାନକାରୀ କୂଅ ପୁରୀ-୧ ଆରମ୍ଭ କରି ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଅଏଲ ଇଣ୍ଡିଆ ଲିମିଟେଡର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଉଲ୍ଲେଖଯୋଗ୍ୟ ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଆମ ପ୍ରୟାସକୁ ସୁଦୃଢ କରୁଛି ।”
This is noteworthy and it invigorates our efforts towards being Aatmanirbhar in the energy sector. https://t.co/nc4uNMuDjc
— Narendra Modi (@narendramodi) February 17, 2023