ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୀମା ସଡକ ସଂଗଠନ (ବିଆର୍ଓ) ଦ୍ୱାରା ନିର୍ମିତ ୨,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୦ ଟି ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ପ୍ରଶଂସା କରିଛନ୍ତି ଯାହା ୧୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପି ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ଆଜି ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି
"ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହା ସୀମା ଅଞ୍ଚଳରେ ଭିତ୍ତିଭୂମି ସଂରଚନା ବୃଦ୍ଧିରେ ବହୁତ ସାହାଯ୍ୟ କରିବ !"
- ନରେନ୍ଦ୍ର ମୋଦୀ (@narendramodi) ସେପ୍ଟେମ୍ବର ୧୨, ୨୦୨୩ ।
These are important projects which will go a long way in enhancing infrastructure in the border areas! https://t.co/3Q3AoiRuRO
— Narendra Modi (@narendramodi) September 12, 2023