ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟୁର୍ବେଦ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀର ଶୁଭ ଉତ୍ସବ ଆମ ମହାନ ସଂସ୍କୃତିରେ ଆୟୁର୍ବେଦର ଉପଯୋଗିତା ଏବଂ ଅବଦାନ ସହିତ ଜଡିତ । ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଆୟୁର୍ବେଦ - ଏକ ପ୍ରାଚୀନ ଔଷଧ ପ୍ରଣାଳୀ ସମଗ୍ର ମାନବିକତାର ସୁସ୍ଥ ଜୀବନ ପାଇଁ ଉପଯୋଗୀ ହୋଇ ରହିବ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ସମଗ୍ର ଦେଶବାସୀଙ୍କୁ ଆୟୁର୍ବେଦ ଦିବସର ଶୁଭେଚ୍ଛା । ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀର ଏହି ଶୁଭ ଉତ୍ସବ ଆମର ମହାନ ସଂସ୍କୃତିରେ ଆୟୁର୍ବେଦର ଉପଯୋଗିତା ଏବଂ ଅବଦାନ ସହିତ ଜଡିତ, ଯାହାର ମହତ୍ୱ ଆଜି ସମ୍ପୂର୍ଣ୍ଣ ବିଶ୍ୱ ସ୍ୱୀକାର କରିଛି । ମୋର ବିଶ୍ୱାସ ଯେ ଚିକିତ୍ସାର ଏହି ପ୍ରାଚୀନ ପଦ୍ଧତି ସମ୍ପୂର୍ଣ୍ଣ ମାନବିକତାର ଆରୋଗ୍ୟପୂର୍ଣ୍ଣ ଜୀବନ ନିର୍ବାହ ପାଇଁ ନିରନ୍ତର ଉପଯୋଗୀ ହେବ ।”
समस्त देशवासियों को आयुर्वेद दिवस की बहुत-बहुत शुभकामनाएं। भगवान धन्वंतरि की जन्म-जयंती का यह पावन अवसर हमारी महान संस्कृति में आयुर्वेद की उपयोगिता और उसके योगदान से जुड़ा है, जिसके महत्त्व को आज पूरी दुनिया मान रही है। मुझे विश्वास है कि चिकित्सा की यह प्राचीन पद्धति पूरी…
— Narendra Modi (@narendramodi) October 29, 2024