ରାଷ୍ଟ୍ରର ସେବାରେ ଉତ୍ସର୍ଗିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଆଜି ଶହେ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ରେ ମୋହନ ଭାଗବତ ପୋଷ୍ଟ କରିଥିବା ଏକ ଲିଙ୍କ୍ ସେୟାର କରି ଶ୍ରୀ ମୋଦୀ କହିଛନ୍ତି,
“ରାଷ୍ଟ୍ର ସେବାରେ ସମର୍ପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଆରଏସଏସ ଆଜି ୧୦୦ ବର୍ଷରେ ପଦାର୍ପଣ କରୁଛି । ଅବିରତ ଯାତ୍ରାର ଏହି ଐତିହାସିକ ପର୍ଯ୍ୟାୟରେ ସମସ୍ତ ସ୍ୱୟଂସେବକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅନନ୍ତ ଶୁଭକାମନା । ମା’ ଭାରତୀଙ୍କ ପାଇଁ ଏହି ସଂକଳ୍ପ ଏବଂ ସମର୍ପଣ ଦେଶର ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଦେବା ସହ ‘ବିକଶିତ ଭାରତ’କୁ ସାକାର କରିବା ଦିଗରେ ନୂତନ ଶକ୍ତି ଦେଉଥିବ । ଆଜି ବିଜୟାଦଶମୀର ଶୁଭ ଅବସରରେ ମାନନୀୟ ସରସଂଘଚାଳକ ଶ୍ରୀ ମୋହନ ଭାଗବତଙ୍କ ଉଦବୋଧନ ନିଶ୍ଚିତ ଶୁଣିବା ଉଚିତ...”
राष्ट्र सेवा में समर्पित राष्ट्रीय स्वयंसेवक संघ यानि आरएसएस आज अपने 100वें वर्ष में प्रवेश कर रहा है। अविरल यात्रा के इस ऐतिहासिक पड़ाव पर समस्त स्वयंसेवकों को मेरी हार्दिक बधाई और अनंत शुभकामनाएं। मां भारती के लिए यह संकल्प और समर्पण देश की हर पीढ़ी को प्रेरित करने के साथ ही…
— Narendra Modi (@narendramodi) October 12, 2024