ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବରାତ୍ରୀ ପ୍ରାରମ୍ଭରେ ଶ୍ରୀ ମୋଦୀ ଦେବୀ ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରିବା ସହ ସୁଖ, ସୌଭାଗ୍ୟ ଓ ସୁସ୍ଥତା କାମନା କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶକ୍ତି ଉପାସନାର ମହାପର୍ବ ନବରାତ୍ରୀର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆସ୍ଥା ଓ ବିଶ୍ୱାସର ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ନୂଆ ଉତ୍ସାହ ସଂଚାର କରୁ । ଜୟ ମାତା ଦୀ ।”
"वन्दे वाञ्छितलाभाय चन्द्रार्धकृतशेखराम्।
वृषारूढां शूलधरां शैलपुत्रीं यशस्विनीम् ।।
ଦେବୀ ଶୈଳପୁତ୍ରୀଙ୍କ ଆରାଧନା ସହିତ ଆଜି ଠାରୁ ନବରାତ୍ରୀର ଶୁଭାରମ୍ଭ ହେଉଛି । ତାଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ସୌଭାଗ୍ୟ ଓ ସୁସ୍ଥତାରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି ।”
वन्दे वाञ्छितलाभाय चन्द्रार्धकृतशेखराम्।
— Narendra Modi (@narendramodi) September 26, 2022
वृषारूढां शूलधरां शैलपुत्रीं यशस्विनीम् ।।
देवी शैलपुत्री की आराधना के साथ आज से नवरात्रि का शुभारंभ हो रहा है। मेरी कामना है कि उनकी कृपा से हर किसी का जीवन सुख, सौभाग्य और आरोग्य से परिपूर्ण हो। pic.twitter.com/Vh03672Q4M