ଶ୍ରୀ ଗୁରୁ ଗ୍ରନ୍ଥ ସାହୀବଙ୍କ ପ୍ରଥମ ପ୍ରକାଶ ପର୍ବ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ଗ୍ରନ୍ଥ ସାହୀବ ଜୀ ଆମକୁ ସେବା, ଦୟା ଏବଂ ସୌହାର୍ଦ୍ଦ୍ୟର ଶିକ୍ଷା ଦେଇଛନ୍ତି । ଏହା ଏକ ନ୍ୟାୟପୂର୍ଣ୍ଣ ଓ ସମାନତା ସମ୍ପନ୍ନତା ସମାଜ ଆଡକୁ ଆମକୁ ମାର୍ଗ ଦେଖାଏ । ଏହା ମଧ୍ୟ ଆମକୁ ଅନ୍ୟାୟ ଆଗରେ ନତମସ୍ତକ ନହେବାକୁ ଶିଖାଏ । ଶ୍ରୀ ଗୁରୁ ଗ୍ରନ୍ଥ ସାହୀବ ଜୀଙ୍କର ପ୍ରଥମ ପ୍ରକାଶ ପର୍ବରେ ଶୁଭେଚ୍ଛା ।
ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀ ଏହାର ପବିତ୍ର ଶିକ୍ଷା ଦ୍ଵାରା ସମଗ୍ର ବିଶ୍ୱକୁ ଆଲୋକିତ କରିଛି ।
ଏହାଦ୍ୱାରା ଅନୁପ୍ରାଣିତ ହୋଇ ଶିଖମାନେ ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗାମୀ ସେବା କରିଆସୁଛନ୍ତି । ସେମାନଙ୍କର ସାହସ ଏବଂ ଦୟାଭାବ ପ୍ରଶଂସନୀୟ ।
ଶ୍ରୀ ଗୁରୁ ଗ୍ରନ୍ଥ ସାହୀବ ଜୀ ମାନବିକତାକୁ ସବୁଦିନ ପାଇଁ ମାର୍ଗଦର୍ଶନ କରିଚାଲନ୍ତୁ ।
The Sri Guru Granth Sahib Ji teaches us service, compassion and furthers harmony. It lays out the path towards a just and equal society. It also teaches us never to bow to injustice. Best wishes on the first Parkash Purab of the Sri Guru Granth Sahib Ji. 🙏🏼 pic.twitter.com/t9t1eOxIH4
— Narendra Modi (@narendramodi) August 19, 2020