ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ଓଡିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ, ଶ୍ରୀ ମୋଦୀ ସମସ୍ତଙ୍କୁ “ପବିତ୍ର ଓଡିଆ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି ଯେ, “ଓଡିଶାର ଜନସାଧାରଣଙ୍କୁ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ମୋର ହାର୍ଦ୍ଦିକ ଶୁଭକାମନା । ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ପାଇଁ ପ୍ରାର୍ଥନା କରୁଛି ” ।
Happy Odia New Year! pic.twitter.com/PPjo1smM8e
— Narendra Modi (@narendramodi) April 14, 2021