ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରାଜ୍ୟର ଲୋକଙ୍କ ଉତ୍ସାହ ଛତିଶଗଡ଼କୁ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିଛି । ‘ରାଜ୍ୟର ସଂସ୍କୃତିକୁ ସମୃଦ୍ଧ କରିବାରେ ଆମ ଆଦିବାସୀ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ରାଜ୍ୟର ଗୌରବମୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ପ୍ରାକୃତିକ ତଥା ସାଂସ୍କୃତିକ ଗୌରବରେ ପରିପୂର୍ଣ୍ଣ ଛତିଶଗଡ଼ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି’ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ରାଜ୍ୟର ପ୍ରତିଷ୍ଠା ଦିବରେ ଛତିଶଗଡ଼ର ସମସ୍ତ ଭାଇ ଭଉଣୀଙ୍କୁ ଅଶେଷ ଶୁଭେଚ୍ଛା । ଏଠାକାର ଲୋକଙ୍କ ଜୀବନ୍ତତା ଏହାକୁ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିଛି । ଏହି ରାଜ୍ୟର ସଂସ୍କୃତିକୁ ସମୃଦ୍ଧ କରିବାରେ ଆମ ଆଦିବାସୀ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ରାଜ୍ୟର ଗୌରବମୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ପ୍ରାକୃତିକ ତଥା ସାଂସ୍କୃତିକ ଗୌରବରେ ପରିପୂର୍ଣ୍ଣ ଛତିଶଗଡ଼ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି’ ।
छत्तीसगढ़ के अपने सभी भाइयों और बहनों को राज्य के स्थापना दिवस की ढेरों शुभकामनाएं। यहां के लोगों की जीवंतता इसे एक विशेष राज्य बनाती है। इस राज्य की संस्कृति को समृद्ध बनाने में हमारे आदिवासी समुदायों का बहुत ही अहम योगदान है। प्रदेश की गौरवशाली परंपरा और सांस्कृतिक विरासत हर…
— Narendra Modi (@narendramodi) November 1, 2023